www.samajalive.in
Monday, December 8, 2025
14.1 C
Bhubaneswar

ଦିବ୍ୟ କାଶୀ ଭବ୍ୟ କାଶୀ ନୂଆ ରୂପରେ ଲୋକାର୍ପିତ

ବାରାଣସୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ୱନାଥ କରିଡରର ଶୁଭ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହର୍-ହର-ମହାଦେବ, ହର-ହର-ମହାଦେବ, ନମଃ ପାର୍ବତୀ ପତି, ହର ହର ମହାଦେବ କହି ନିଜର ସମ୍ବୋଧନ ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ସାଧୁସନ୍ଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ ଉପମୁଖ୍ୟମନ୍ତ୍ରୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଅନ୍ୟ ରାଜ୍ୟର ନେତା ତଥା ଦେଶର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଦେଶର ଲୋକଙ୍କ ପାଇଁ କାଶୀ କୋଟୱାଲରୁ ଆଶୀର୍ବାଦ ଆଣିଛି। ଦେଶ ତଥା ବିଶ୍ୱର ସେହି ଲୋକମାନଙ୍କୁ ସେ ବହୁତ କୃତଜ୍ଞତା ଜଣାଇଛନ୍ତି, ଯେଉଁମାନେ ଦୂରରେ ରହିବା ପରେ ମଧ୍ୟ ଏହି ମୁହୂର୍ତ୍ତର ସାକ୍ଷୀ ରହିଛନ୍ତି । ବନ୍ଧୁଗଣ, ଏହା ଆମ ପୁରାଣରେ କୁହାଯାଇଛି ଯେ କାଶୀରେ ପାଦ ଦେବା ମାତ୍ରେ ସମସ୍ତ ପାପରୁ ମୁକ୍ତି ମିଳିଥାଏ।
କରିଡର ନିର୍ମାଣରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ପୁଷ୍ପ ବର୍ଷା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରମିକମାନଙ୍କ ମଧ୍ୟରେ ବସି ଏକ ଫଟୋ ଉଠାଇଥିଲେ। ଏହି ସମୟରେ ଶ୍ରମିକମାନେ ବହୁତ ଖୁସି ଦେଖାଯାଉଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହ କଥାବାର୍ତ୍ତା କରିଥିଲେ । ସେମାନଙ୍କୁ ମଙ୍ଗଳ ପଚାରିବା ସହ ନିର୍ମାଣ କାର୍ୟ୍ୟରେ ସହଯୋଗ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ସମ୍ମାନିତ ସାଧୁମାନଙ୍କ ଆଶୀର୍ବାଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ ହେତୁ ଆମେ ଆମର ପଥରେ ଅଛୁ। ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭୋଳାଶଙ୍କରଙ୍କ ସହରର କାଶୀରେ ଲୋକମାନେ ରାସ୍ତାରେ ଠିଆ ହୋଇ ଟିଭିରେ ଉଦ୍ଘାଟନୀ ସମାରୋହ ଦେଖୁଛନ୍ତି। ଏହି କାର୍ୟ୍ୟକ୍ରମକୁ ସାରା ଦେଶରେ ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories