www.samajalive.in
Wednesday, December 10, 2025
16.1 C
Bhubaneswar

ମାମୁଁ – ଭଣଜା ଚୋରି ; ଧରାପଡ଼ିଲା ଭଣଜା

ବେଗୁନିଆ  :  ବେଗୁନିଆ ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି । ଚୋର ଧରାପଡୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଇନ ପ୍ରତି ଅସନ୍ତୋଷ ସୃଷ୍ଟି ହୋଇଥିବା ଦେଖାଯାଇଛି। ୧୪ ତାରିଖ ମଧ୍ୟ ରାତ୍ରରେ ଛଣଗିରି ଗ୍ରାମର ରମେଶ ପ୍ରଧାନ ଏବଂ ତାଙ୍କର ନାବାଳକ ଭଣଜା  ସିକୋ ଗ୍ରାମ ପୁର୍ଣିମାସି ପାଟଣା ସାହି(ଦଣ୍ଡାମୁଣ୍ଡ)ଛକରେ ଦୋକାନ କରିଥିବା ରବୀନ୍ଦ୍ର ମଙ୍ଗରାଜ ,ଧୋବା ସ୍ୱାଇଁ ,ବାବୁଲି ହରଣସିଂହ ଏବଂ ସୁରେନ୍ଦ୍ର ଶୁକ୍ଲଙ୍କର ଗ୍ରୀଲ ଭାଙ୍ଗି ଦୋକାନରୁ ଜିନିଷପତ୍ର ଚୋରି କରି ନେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ସାହି ଯୁବକ ମାନଙ୍କ ହାବୁଡ଼ରେ ନାବାଳକ ଭଣଜା ପଡିଯାଇଥିବାବେଳେ ମାମୁଁ ରମେଶ ସେଠାରୁ ଖସି ପଳାଇଯାଇଥିଲେ ।ଯୁବକ ମାନେ ନାବାଳକକୁ ପୁଲିସକୁ ହସ୍ତାନ୍ତର କରିବା ପରେ ପୁଲିସ ନାବାଳକର ବାପା ଜଗା ଶିକାରୀକୁ ପୁଅକୁ ଚିହ୍ନଟ କରିବା ନାଁ ରେ ଫାଣ୍ଡିକୁ ଡାକି ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକକୁ ତାର ଜେଜେଙ୍କ ହେପାଜତରେ ଛାଡ଼ିଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଏକ ବର୍ଷ ମଧ୍ୟରେ ସମ୍ପୃକ୍ତ ସ୍ଥାନରୁ ତିନିଥର ଚୋରି ହୋଇଥିବାବେଳେ ଚୋର ଧରାପଡୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories