www.samajalive.in
Wednesday, December 10, 2025
23.1 C
Bhubaneswar

ଆଫଗାନିସ୍ତାନରେ ପୁନଃ ଗୋଷ୍ଠୀବଦ୍ଧ ହେଉଛନ୍ତି ଅଲ କାଏଦା ଆତଙ୍କି

ୱାଶିଂଟନ: ତାଲିବାନ ଦ୍ୱାରା ନିୟନ୍ତ୍ରିତ ଆଫଗାନିସ୍ତାନରେ ଅଲ କାଏଦା ଆତଙ୍କିମାନେ ପୁନଃ ଗୋଷ୍ଠୀବଦ୍ଧ ହେଉଥିବା ସୂଚନା ଦେଇଛି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ। ଆଗାମୀ ୧୨ରୁ ୧୪ ମାସ ମଧ୍ୟରେ ଅଲ କାଏଦା ଆତଙ୍କିମାନେ ପୁନଃ ଶକ୍ତିଶାଳୀ ହୋଇ ଆମେରିକା ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରନ୍ତି ବୋଲି ଏହା ସତର୍କ କରାଇ ଦେଇଛି। ସିଆଇଏର ଉପ ନିର୍ଦ୍ଦେଶକ ଡେଭିଡ କୋହେନ କହିଛନ୍ତି, ଆଫଗାନିସ୍ତାନରେ ଅଲ କାଏଦା ଆତଙ୍କିମାନଙ୍କର ଗତିବିଧି ବୃଦ୍ଧିପାଇଥିବା ସାଂପ୍ରତିକ ଗୁଇନ୍ଦା ରିପୋର୍ଟରୁ ଜଣାଯାଇଛି। ତେବେ ସିଆଇଏ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି।
ୱାଶିଂଟନ ଡିସିରେ ଗୁଇନ୍ଦା ଓ ଜାତୀୟ ସୁରକ୍ଷା ସମ୍ପର୍କିତ ବୈଠକରେ ପ୍ରକାଶ କରି କୋହେନ କହିଛନ୍ତି ଯେ, କାବୁଲରେ ଆମେରିକାର ଦୂତାବାସ ବନ୍ଦ କରିଦିଆଯିବା ଏବଂ ଆଫଗାନିସ୍ତାନରେ ସିଆଇଏର ଥିବା କେନ୍ଦ୍ରଗୁଡିକୁ ବନ୍ଦ କରିଦିଆଯିବା ଦ୍ୱାରା ସେଠାରେ ବାସ୍ତବ ପରିସ୍ଥିତି ଆକଳନ କରିବାରେ ଆମେରିକା ଗୁଇନ୍ଦା ସଂସ୍ଥାଗୁଡିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଂପ୍ରତି ଅନ୍ୟ ସୂତ୍ରରୁ ଏହା ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଛି। ଅର୍ଥାତ ଆଫଗାନିସ୍ତାନ ସୀମାନ୍ତକୁ ଲାଗିଥିବା ଅନ୍ୟ ରାଷ୍ଟ୍ରରୁ ଏହା ତଥ୍ୟ ସଂଗ୍ରହ କରୁଛି। ସେଥିରୁ ଜଣାଯାଉଛି ଯେ ଅଲ କାଏଦା ଆତଙ୍କିମାନେ ପୂର୍ଣ୍ଣ ମାତ୍ରାରେ ଆକ୍ରମଣକାରୀ କ୍ଷମତା ହାସଲ କରିବାକୁ ଆଉ ବର୍ଷେ କି ଦୁଇବର୍ଷ ନେଇପାରନ୍ତି। ଏହା ଆମେରିକାର ସ୍ୱାର୍ଥ ପ୍ରତି ସିଧାସଳଖ କ୍ଷତି ପହଞ୍ଚାଇବ। ୧୯୯୦ ଦଶକ ଏବଂ ୨୦୦୦ ଦଶକ ଆଦ୍ୟଭାଗରେ ଅଲ କାଏଦା ଆତଙ୍କିମାନେ ଓସାମା ବିନ ଲାଡେନ ନେତୃତ୍ୱରେ ତାଲିବାନର ଶୀର୍ଷ ନେତୃତ୍ୱ ସହିତ ଘନିଷ୍ଠ ସଂପର୍କ ରଖିଥିଲେ। ଆଫଗାନିସ୍ତାନରୁ ଆମେରିକା ଏବଂ ପାଶ୍ଚାତ୍ୟ ସୈନ୍ୟ ପ୍ରତ୍ୟାହାର ପରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ସଂପର୍କ ନିବିଡ ହେବା ଆଶା କରାଯାଉଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories