ଉପରମୁଣ୍ଡରେ ବର୍ଷା ; ହୀରାକୁଦରେ ବଢୁଛି ଜଳସ୍ତର
୨୮ ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
ହୀରାକୁଦ : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରେ ଜଳସ୍ତର । ଗତକାଲି ସୁଦ୍ଧା ୧୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଏବେ ମୋଟ ୨୮ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାଶ୍ୱର୍ର ୧୯ଟି ଗେଟ୍ ଖୋଲାଯାଇଥିବା ବେଳେ ଡାହାଣ ପାଶ୍ୱର୍ରେ ୯ଟି ଗେଟ୍ ଖୋଲାଯାଇଛି।
ସୂଚନା ଯୋଗ୍ୟ ସକାଳ ସୁଦ୍ଧା ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୩୫ ହଜାର ୭୯୪ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୩ ହଜାର ୮୯ ଘନଫୁଟ ଜଳ ନିଷ୍କାସିତ ହେଉଥିଲା । ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଳେ ବର୍ତ୍ତମାନ ନଦୀବନ୍ଧର ଜଳସ୍ତର ୬୨୮.୩୯ ଫୁଟରେ ଥିଲା । ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିଲିମିଟର ଓ ତଳମୁଣ୍ଡରେ ୧୦.୮୭ ମିଲିମିଟର ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ ପକ୍ଷରୁ ସୂଚନା ମିଳିଛି।
Comments are closed.