www.samajalive.in
Wednesday, December 10, 2025
26.1 C
Bhubaneswar

ସମସ୍ତ ବେସାମରିକ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଲା ସ୍ପେଶଏକ୍ସ

ନ୍ୟୁୟର୍କ: ସ୍ପେଶଏକ୍ସର ଏକ ଫାଲକନ ରକେଟ ଚାରିଜଣ ମହାକାଶ ପର୍ଯ୍ୟଟକଙ୍କୁ ନେଇ ବୁଧବାର ରାତିରେ କେନେଡି ମହାକାଶ କେନ୍ଦ୍ରରୁ ତାହାର ପ୍ରଥମ ଅଭିଯାନରେ ଯାତ୍ରା କରିଛି। ଏଥିରେ ସମସ୍ତ ବେସାମରିକ ବ୍ୟକ୍ତି ମହାକାଶକୁ ଯାଇଛନ୍ତି ଏବଂ ସେମାନେ ମହାକାଶରେ ରହି ପୃଥିବୀକୁ ପ୍ରଦକ୍ଷିଣ କରିବେ। ଫ୍ଲୋରିଡାସ୍ଥିତ ମହାକାଶ କେନ୍ଦ୍ରରୁ ବୁଧବାର ରାତି ପ୍ରାୟ ୧୨ଟା ୨ ମିନିଟରେ ଏହି ମହାକାଶ ଯାନ ତାହାର ଯାତ୍ରାରମ୍ଭ କରିଥିଲା। ୧୨ ମିନିଟ ପରେ ଏହାର ଡ୍ରାଗନ କ୍ୟାପସୁଲ ରକେଟରୁ ପୃଥକ ହେବାସହତ ମହାକାଶଚାରୀମାନେ କକ୍ଷପଥରେ ପ୍ରବେଶ କରିଥିଲେ। ଏହି ମହାକାଶଯାନର ପୁନଃବ୍ୟବହାରଯୋଗ୍ୟ ପ୍ରଥମ ଭାଗ ପୃଥିବୀ ପୃଷ୍ଠକୁ ଫେରିବା ସହିତ ସମୁଦ୍ର ବକ୍ଷରେ ଅବତରଣ କରିଥିଲା। ଏଥିରେ ଯାତ୍ରା କରିଥିବା ଅରବପତି ୩୮ ବର୍ଷ ବୟସ୍କ ଜେୟାର୍ଡ ଇସାକମ୍ୟାନ କହିଛନ୍ତି, ଖୁବ କମ ଲୋକ ପୂର୍ବରୁ ମହାକାଶକୁ ଯାଇଛନ୍ତି ଏବଂ ଆଉ ଅନେକ ଯିବା ଅପେକ୍ଷାରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ମହାକାଶଯାନ ପୃଥିବୀ ପୃଷ୍ଠରୁ ୩୫୭ ମାଇଲ (୫୭୫ କିଲୋମିଟର) ଉଚ୍ଚତାକୁ ଯିବ, ଯାହା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଠାରୁ ମଧ୍ୟ ଅଧିକ ଦୂର। ପୃଥିବୀ ଚାରିପଟେ ତିନିଦିନ ବିତାଇବା ପରେ ଏହି ଚାରିଜଣ ମହାକାଶଚାରୀ ଫ୍ଲୋରିଡା ଉପକୂଳରେ ଅବତରଣ କରିବେ। ଏମାନଙ୍କ ମଧ୍ୟରେ ସମସ୍ତେ ଆମେରିକୀୟ ନାଗରିକ ବୋଲି ଜଣାଯାଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories