ଭୁବନେଶ୍ୱର : ରାଜଧାନୀରେ ନବବର୍ଷର ପ୍ରଥମ ଦିନରେ ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର ହୋଇଛି ୨ଟି ମୃତଦେହ।
ଏୟାରଫିଲଡ୍ ଥାନା ଅଞ୍ଚଳରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡିଛି। ସୁନ୍ଦରପଦା ନୂଆସାହିରେ ବିଳମ୍ବିତ ରାତିରେ ଏହି ହିତ୍ୟାକାଣ୍ଡ ଘଟିଛି। ଭୋଜିକୁ ନେଇ ୨ ଗୋଷ୍ଠୀ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଛି ବୋଲି ସୂଚନା ମିଳିଛି। ମୃତଦେହ ଉଦ୍ଧାର କରି ଏୟାରଫିଲଡ୍ ଥାନା ପୁଲିିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ପ୍ରତିବାଦ କରି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି।
ସେହିପରି ଏକ ହଷ୍ଟେଲ ଭିତରୁ ଛାତ୍ରୀଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଇନଫୋସିଟି ଥାନା ଅଞ୍ଚଳରେ ଏକ ଘରୋଇ କଲେଜ ହଷ୍ଟେଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଏକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ନବବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅଭାବନୀୟ ଘଟଣା ; ୨ ମୃତଦେହ ଉଦ୍ଧାର
Popular Categories



