www.samajalive.in
Sunday, December 7, 2025
26.1 C
Bhubaneswar

ରୁଦ୍ରରଞ୍ଜନ ଶେଜପଡ଼ା ପାଇଲେ ଜାତୀୟ ଲାଡ୍‌ଲୀ ମିଡିଆ ଆୱାର୍ଡ

ବାଲେଶ୍ବର : ଯୁବ ସାମ୍ବାଦିକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ସାହିତ୍ୟିକ ରୁଦ୍ରରଞ୍ଜନ ଶେଜପଡ଼ା ୨୦୧୮-୧୯ ବର୍ଷ ପାଇଁ ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପପୁଲେସନ୍‌ସ ଫାଷ୍ଟ (ପିଏଫ୍‌) ତଥା ୟୁନାଇଟେଡ୍‌ ନେସନ୍‌ସ ପପୁଲେସନ୍‌ ଫଣ୍ଡ (ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ‘ଜାତୀୟ ଲାଡ୍‌ଲୀ ମିଡିଆ ଆଣ୍ଡ ଆଡ୍‌ଭାଟାଇଜିଂ ଆୱାର୍ଡସ୍‌ ଫର୍‌ ଜେଣ୍ଡର ସେନ୍‌ସିଟିଭିଟି’ (ଏଲ୍‌ଏମ୍‌ଏଏଜିଏସ୍‌) ପୁରସ୍କାର ପାଇଛନ୍ତି। ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଏକ ସ୍ବତନ୍ତ୍ର ଅନ୍‌ଲାଇନ୍‌ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ମହିଳା କମିସନର ଅଧ୍ୟକ୍ଷ ରେଖା ଶର୍ମା ଏବଂ ସମ୍ମାନିତ ଅତିଥି ଭାବେ ‘ୟୁଏନ୍‌ଏଫ୍‌ପିଏ’ର ଭାରତ ପ୍ରତିନିଧି ତଥା ଭୁଟାନର ରାଷ୍ଟ୍ରୀୟ ନିର୍ଦେଶିକା ଆର୍ଜେଣ୍ଟିନା ମାଟାଭେ ପିସିନ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ଆଞ୍ଚଳିକ ଭାଷା ଫିଚର ବିଭାଗରେ ବିଚାରକମାନଙ୍କ ଦ୍ବାରା ‘ସମ୍ବାଦ’ରେ ପ୍ରକାଶିତ ଶେଜପଡ଼ାଙ୍କ ‘କାହା ପାଦେ ଘଂଗୁର, କାହା ହାତେ ତବଲା’ ଉତ୍କୃଷ୍ଟ ଫିଚର ଭାବେ ଚୟନ ହୋଇଥିଲା।
ସୂଚନାଯୋଗ୍ୟ , ଭାରତର ବିଭିନ୍ନ ପ୍ରଦେଶର ଛାପା ତଥା ବୈଦ୍ୟୁତିକ ଗଣମାଧ୍ୟରେ କାର୍ୟ୍ୟରତ ୧,୧୦୦ରୁ ଅଧିକ ସାମ୍ବାଦିକ ‘ଏଲ୍‌ଏମ୍‌ଏଏଜିଏସ୍‌’ ପାଇଁ ଆବେଦନ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ମୋଟ ୯୩ ଜଣ ପୁରସ୍କାର ପାଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories