www.samajalive.in
Tuesday, November 18, 2025
27.1 C
Bhubaneswar

ସିମୁଳିଆରେ ରାହୁଲ ଗାନ୍ଧୀଙ୍କ ପ୍ରଚାର: କହିଲେ ବିଜେଡି-ବିଜେପି ଚିନ୍ତାଧାରା ଗୋଟିଏ

ସିମୁଳିଆ: ଓଡ଼ିଶାରେ ବିଜେଡି-ବିଜେପି ମିଶିକି ଅଛନ୍ତି। ଉଭୟ ଦଳର ଚିନ୍ତାଧାରା ଗୋଟିଏ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗୁରୁବାର ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ଜିଲାର ସିମୁଳିଆଠାରେ ଆୟୋଜିତ ଦଳୀୟ ସଭାରେ ଯୋଗଦେଇ ଏହା କହିଛନ୍ତି।

ଏହି ଅବସରରେ ରାହୁଲ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିବା ସହିତ ବିଜେଡି ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ, ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି। କିନ୍ତୁ ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ସମ୍ବିଧାନକୁ ସମାପ୍ତ କରିଦେବ। ସେମାନେ ଯେତେ ଶକ୍ତି ଲଗାଇଲେ ବି ସମ୍ବିଧାନକୁ ଶେଷ କରିପାରିବେ ନାହିଁ।

- Advertisement -

ଋାହୁଲ ଆହୁରି କହିଥିଲେ ଯେ, ବିଜେଡି-ବିଜେପି ମିଶିକି ଅଛନ୍ତି। ସେ ବିଜେପି ବିରୋଧରେ ଲଢ଼ୁଥିବାରୁ ତାଙ୍କ ନାମରେ ୨୪ଟି ମାମଲା ହୋଇଛି। ଯଦି ନବୀନ ବିଜେପି ବିରୋଧରେ ଲଢ଼ୁଛନ୍ତି, ତାହେଲେ ତାଙ୍କ ନାଁରେ ମାମଲା କାହିଁକି ହେଉନି। ଓଡ଼ିଶାରେ ମୋଦୀ-ନବୀନଙ୍କ ଭାଗିଦାରିତା ଭାଙ୍ଗି ଫିଙ୍ଗିଦେବାକୁ ଚାହୁଁଛୁ ବୋଲି ରାହୁଲ କହିଥିଲେ। ଜୁନ ୪ରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ। ୫ ତାରିଖରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ। ସମସ୍ତ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ରାହୁଲ କହିଛନ୍ତି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories