ଧରା ପଡ଼ିଲା ବାଇକ: ଧରା ପଡ଼ିଲାନି ଚୋର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ଡାକ୍ତରଖାନା ପରିସରରୁ ଚୋରି ହୋଇଥିବା ଏକ ବାଇକକୁ ସ୍ଥାନୀୟ ପୁଲିସ ଭଦ୍ରକରୁ ଜବତ କରିଥିବା ବେଳେ ଚୋର ଜଣକ ଧରା ପଡ଼ିନାହିଁ । ଚଳିତ ମାସ ୧୫ତାରିଖରେ ବରହମପୁର ଡାକ୍ତରଖାନା ପାର୍କିଂଷ୍ଟାଣ୍ଡରୁ ଜଣେ ଦୁର୍ବୃତ୍ତ ଫାର୍ମାସିଷ୍ଟ ସୁବ୍ରତ ବେହେରାଙ୍କ ବାଇକକୁ ଚୋରି କରି ଚମ୍ପଟ ମାରିଥିଲା । ବରହମପୁର ପୁଲିସ ଏନେଇ ସିସିଟିଭି ଫୁଟେଜକୁ ଭିତ୍ତି କରି ତଦନ୍ତ ଜାରି ରଖିଥିଲା ।

ସୋମବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଥାନା ଏଏସଆଇ ସସ୍ମିତା ପାଣିଗ୍ରାହୀ ସଦଳବଳେ ଭଦ୍ରକରେ ପହଞ୍ଚି ରାଣୀତାଲ ଅଞ୍ଚଳରେ ଏକ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ଚୋରି ବାଇକକୁ ଜବତ କରିଥିଲେ। ପୁଲିସ ପହଞ୍ଚିବା ଦେଖି ସମ୍ପୃକ୍ତ ଦୁର୍ବୃତ୍ତ ଚମ୍ପଟ ମାରିଥିଲା । ଖୁବଶୀଘ୍ର ଚୋରକୁ ଧରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Comments are closed.