ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ
ମାଲକାନଗିରି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରାଯାଉଛି। ମାଲକାନଗିରି ଜିଲ୍ଲା ଜଳସେଚନ ବିଭାଗର ଜେଇଇ ସଞ୍ଜୟ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି। ମାଲକାନଗରିରେ ଥିବା ଭଡା ଘର ଏବଂ କାର୍ଯ୍ୟାଳୟରେ ଚଢଉ ଚାଲିଛି। ମାଲକାନଗିରି ସମେତ ଜଳେଶ୍ବରେ ଥିବା ନିଜସ୍ବ ଘର ଏବଂ ଭୁବନେଶ୍ବରରେ ଥିବା ଏକ ଫ୍ଲାଟ୍ ଏବଂ ପୋଖରୀପୁଟରେ ଥିବା ଶ୍ବଶୁର ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭାବରେ ଚଢଉ କରାଯାଉଛି। ତେବେ ପୂର୍ବରୁ ସଞ୍ଜୟଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିଲା। ଠିକାଦାରଙ୍କ ଠାରୁ ଅଧିକ ପିସି ନେଉଥିଲେ। ହେଲେ କାମ କରାଇାଦେଉନଥିଲେ। ଅଧିକ ଅର୍ଥ ନଦେଲେ ବିଲ କରାଇଦେଉନଥିବା ଅଭିଯୋଗ ଆସିଥିଲା। ଯାହାକୁ ଆଧାର କରି ଭିଜିଲାନ୍ସ ବିଭାଗ ଚଢଉ କରୁଛି। ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଥିବାବେଳେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ପାସ୍ ବୁକ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ।
Comments are closed.