www.samajalive.in
Monday, December 8, 2025
16.1 C
Bhubaneswar

ଆନ୍ଧ୍ରପ୍ରଦେଶ ; ନାଳକୁ ବସ୍ ଖସି ୯ ମୃତ

ଅମରାବତୀ : ବୁଧବାର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ବସ୍ ନିୟନ୍ତ୍ରଣ ହରାଇ ନାଳକୁ ଖସିଯିବାରୁ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇଥିବା କୁହାଯାଉଛି।
ପଡୋଶୀ ତେଲେଙ୍ଗାନାର ଆସୱାରାପେଟରୁ ଜାଙ୍ଗାରେଡିଗୁଡେମକୁ ଯାଉଥିବା ବସ୍  ରେ ପ୍ରାୟ ୪୭ ଜଣ ଯାତ୍ରୀ ଥିଲେ।
ରାଜ୍ୟ ମୁଖ୍ୟମନ୍ତ୍ରୀ  ଜଗନ୍ ମୋହନ ରେଡ୍ଡୀ ମୃତ ବ୍ୟକ୍ତିଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନା ଯୋଗ୍ୟ, ବସ ଚାଳକ ଜଲେରୁ ନଦୀ ପୋଲରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହେବାରୁ ବର୍ତ୍ତିବାକୁ ଚେଷ୍ଟା କରିବା ସମୟରେ ନାଳକୁ ଖସି ପଡିଥିଲା। ବସଟି ପୋଲ ସହ ଧକ୍କା ହୋଇ ୨୫ ଫୁଟ ତଳକୁ ନାଳକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ପାଞ୍ଚ ମହିଳା ଯାତ୍ରୀଙ୍କ ସମେତ ୯ ମୃତଦେହ ଜବତ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories