www.samajalive.in
Sunday, December 14, 2025
19.1 C
Bhubaneswar

ଚିନ୍ତା ବଢ଼ାଇଲା ଓମିକ୍ରନ୍, ୧୧ଟି ରାଜ୍ୟରେ ୧୦୧ ସଂକ୍ରମିତ

ଦେଶରେ ଏ ପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନରେ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ସେହି ଲୋକମାନେ ୧୧ଟି ରାଜ୍ୟରୁ ରହିଛନ୍ତି। ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ୍‍ କହିଛନ୍ତି, ମହାରାଷ୍ଟ୍ରରେ ସର୍ବାଧିକ ୩୨ ଜଣ ଓମିକ୍ରନରେ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ୨୨ ଜଣ ଓ ରାଜସ୍ଥାନରେ ୧୭ ଜଣ ସଂକ୍ରମିତ ହୋଇଛନ୍ତି। ସେ କହିଛନ୍ତି, ବିଶ୍ୱର ୯୧ଟି ଦେଶରେ ଓମିକ୍ରନ୍‍ ଭୂତାଣୁ ବ୍ୟାପିଛି। ଓମିକ୍ରନ୍‍ ଭୂତାଣୁ ଡେଲ୍ଟା ଭୂତାଣୁ ତୁଳନାରେ ଅଧିକ ଦ୍ରୁତଗତିରେ ସଂକ୍ରମିତ ହେଉଛି।

ସେ କହିଛନ୍ତି, ବିଶ୍ୱରେ ଦୈନିକ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟେନ୍‍, ଡେନ୍‍ମାର୍କ, ନରୱେ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ଗୁଡ଼ିକରେ ଓମିକ୍ରନ୍‍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶ୍ରୀ ଅଗ୍ରୱାଲ୍‍ କହିଛନ୍ତି, ଦେଶରେ ଦୈନିକ ପ୍ରାୟ ୧୦ହଜାର ଲୋକ କୋଭିଡରେ ସଂକ୍ରମିତ ହେଉଥିବାର ରିପୋର୍ଟ ମିଳିଛି। ତେବେ ଲୋକମାନେ ଏଥିପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରତିଷେଧକ ଟିକା ନେବାକୁ ସେ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

- Advertisement -

ଦେଶରେ କରୋନା ପ୍ରତିଷେଧକ ସ୍ଥିତି ବିଷୟରେ ଶ୍ରୀ ଅଗ୍ରୱାଲ୍‍ କହିଛନ୍ତି, ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଅଧିକ ହାରରେ କରୋନା ପ୍ରତିଷେଧକ ଟିକା ଦିଆଯାଉଛି। ସେ କହିଛନ୍ତି, ଦୈନିକ ପ୍ରାୟ ହାରାହାରି ୭୪ ଲକ୍ଷ ୩୧ ହଜାର ଡୋଜ୍‍ ଟିକା ଦିଆଯାଉଛି। ଏହା ଆମେରିକାରେ ଦିଆଯାଉଥିବା କରୋନା ଟିକା ତୁଳନାରେ ୪.୮ ଗୁଣ ଅଧିକ ଓ ବ୍ରିଟେନ୍‍ ତୁଳନାରେ ୧୨.୫ ଦଶମିକ୍‍ ଅଧିକ।

ଶ୍ରୀ ଅଗ୍ରୱାଲ୍‍ କହିଛନ୍ତି, ଦେଶର ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ ଟିକା ନେଇଛନ୍ତି। ବୟସ୍କ ଲୋକମାନଙ୍କ ମଧ୍ୟରୁ ୫୭.୨% ଲୋକ ଦ୍ୱିତୀୟ ଡୋଜ୍‍ ଟିକା ନେଇଥିବା ବେଳେ ୮୭.୬% ଲୋକ ପ୍ରଥମ ଡୋଜ୍‍ ଟିକା ନେଇଛନ୍ତି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି, ଓମିକ୍ରନ୍‍ ଭୂତାଣୁ ଅତି ଦ୍ରୁତବେଗରେ ବିଶ୍ୱରେ ସଂକ୍ରମିତ ହେବାରେ ଲାଗିଛି। ସେ ଦୃଷ୍ଟିରୁ ବିଶେଷ ଜରୁରୀ ନଥିଲେ ବିଦେଶ ଗସ୍ତ ନ କରିବା, କୌଣସି ସ୍ଥାନରେ ବହୁ ସଂଖ୍ୟାରେ ଏକତ୍ରିତ ନ ହେବା ଓ ଛୋଟ ଛୋଟ ଉତ୍ସବରେ ଅଂଶଗ୍ରହଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ. ପଲ୍‍ କହିଛନ୍ତି, ୟୁରୋପରେ ଓମିକ୍ରନ୍‍ ଭୂତାଣୁର ସଂକ୍ରମଣ ବହୁ ଅଧିକ ରହିଛି। ଦେଶ ମଧ୍ୟରେ ଓମିକ୍ରନ୍‍ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନ ଦେବା ପାଇଁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାର ସେ ଜଣାଇଛନ୍ତି। ସେ କହିଛନ୍ତି, ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ଓ ସେମାନଙ୍କ ଉପରେ ଗସ୍ତ କଟକଣାମାନ ଲାଗୁ କରାଯାଇଛି। ସରକାର ମଧ୍ୟ ଜିନମ୍‍ ସିକ୍ୟୁଏନ୍ସିଙ୍ଗ୍‍ ବୃଦ୍ଧି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories