୨୭ରୁ ଓମ୍ଫେଡ୍ ଲିଟର ୪୪
ଭୁବନେଶ୍ବର: ରାଜ୍ୟର ଦୁଗ୍ଧ ଚାଷୀମାନଙ୍କ ଦୁଃଖ ସରକାର ଶୁଣିଛନ୍ତି। ଦୀର୍ଘ ୫ବର୍ଷ ପରେ ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଖୀର ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛନ୍ତି। ଏହାକୁ ନେଇ ଓମ୍ଫେଡ୍ ପକ୍ଷରୁ କ୍ଷୀରର ଦର ବୃଦ୍ଧି କରାଯିବାକୁ ରହିଛି। ଚଳିତମାସ ୨୭ରୁ ଓମ୍ଫେଡ୍ ଲିଟର ପିଛା ୪ଟଙ୍କା ବୃଦ୍ଧି ହେବ ବୋଲି ଓମ୍ଫେଡ୍ ସାଧାରଣ ପ୍ରବନ୍ଧକ ଜଣାଇଛନ୍ତି।
ଓମ୍ଫେଡ୍ର ସୂଚନା ଅନୁଯାୟୀ ଓମ୍ଫେଡ୍ର ବର୍ଦ୍ଧିତ ମୂଲ୍ୟରୁ ଲିଟର ପିଚ୍ଚ୍ଥା ୩ଟଙ୍କା ଗ୍ରାମାଞ୍ଚଳର ଦୁଗ୍ଧଚାଷୀମାନେ ସିଧାସଳଖ ପାଇବେ। ଅବଶିଷ୍ଟ ୧ ଟଙ୍କା ଓମ୍ଫେଡ୍ ଖାତାକୁ ଯିବ। ଏହାଦ୍ୱାରା ଖାଉଟୀମାନେ ଲିଟର ପିଚ୍ଚ୍ଥା ଟୋନଡ ଦୁଗ୍ଧକୁ ୩୪ ଟଙ୍କା ବଦଳରେ ୩୮ ଟଙ୍କାରେ କିଣିବେ। ସେହିପରି ପ୍ରିମିୟମ ଦୁଗ୍ଧ ଲିଟର ପିଛା ୪୦ ଟଙ୍କା ବଦଳରେ ୪୪ଟଙ୍କା କରାଯାଇଥିବାବେଳେ ଗୋଲ୍ଡ ପ୍ରିମିୟମ୍ ଦୁଗ୍ଧକୁ ମଧ୍ୟ ୪୪ ଟଙ୍କାରେ ଖାଉଟୀ କ୍ରୟ କରିବେ। ଓମ୍ଫେଡ୍ ନିକଟରେ ଗଚ୍ଚ୍ଥିତ ପୁରୁଣା ପଲଥିନ୍ ଶେଷ ହେବା ପର୍ଯ୍ୟନ୍ତ ଚ୍ଥାପାଥିବା ଦର ପରିବର୍ତ୍ତେ ନୂତନ ଦରରେ ଖାଉଟୀମାନେ ଦୁଗ୍ଧ କ୍ରୟ କରିବାକୁ ଓମ୍ଫେଡ୍ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଦୁଗ୍ଧଚାଷୀମାନେ ସଂଗ୍ରହ ଦରରେ ଅଧିକ ମୂଲ୍ୟ ପାଇବା ଯୋଗୁଁ ରାଜ୍ୟରେ ଗୋ-ପାଳନ ପ୍ରତି ଆଗ୍ରହ ପରିଲକ୍ଷିତ ହେବା ସହ ଦୁଗ୍ଧ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇପାରିବ। ଏହାଦ୍ବାରା ଚାଷୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି ଓମ୍ଫେଡ୍ କର୍ତ୍ତୃପକ୍ଷ ଜଣାଇଛନ୍ତି।
ଦୀର୍ଘବର୍ଷ ଧରି ଦୁଗ୍ଧ ଦର ବୃଦ୍ଧି ହେଉ ନଥିବାବେଳେ ଗୋ-ପାଳନ ପାଇଁ ଆବ୍ୟଶ୍ୟକ ଗୋ-ଖାଦ୍ୟ, ଔଷଧ, ବିଜୁଳି ତଥା ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ପାଇଥିଲା। ଏଥିଯୋଗୁଁ ଲକ୍ଷାଧିକ ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତର ସମ୍ମୁଖୀନ ହେଉଥିଲେ। ରାଜ୍ୟର ଘରୋଇ ଦୁଗ୍ଧ ବିକ୍ରେତାମାନେ ଗତମାସ ୨୦ତାରିଖରୁ ଖୀର ଲିଟର ପିଛା ୪ଟଙ୍କା ବୃଦ୍ଧି କରିଥିଲେ। ଏହାକୁ ନେଇ ରାଜ୍ୟର ଦୁଗ୍ଧ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଖାଉଟୀମାନେ ପ୍ରତିବାଦ କରିଥିଲେ। ଦୁଗ୍ଧ ଚାଷୀ ମହାସଂଘ ପକ୍ଷରୁ ରବି ବେହେରା ଏସଂକ୍ରାନ୍ତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ ଓମ୍ଫେଡ୍ ନିଗମ ଅଧ୍ୟକ୍ଷା ସରୋଜିନୀ ମିଶ୍ର ମଧ୍ୟ ଦୁଗ୍ଧ ଚାଷୀଙ୍କ ସମସ୍ୟାର ସମାଧାନ ଲାଗି ସରକାରଙ୍କୁ ନିବେଦନ କରିଥିଲେ। ଏହାକୁ ନେଇ ଓମ୍ଫେଡ୍ ଦର ବୃଦ୍ଧି କରାଯାଇଥିବା ଜଣାଯାଇଛି।
Comments are closed.