ନୂଆଦିଲ୍ଲୀ : ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ)ର ସଭାପତି ପଦରୁ ଶୁକ୍ରବାର ପୁଣିଥରେ ଇସ୍ତଫା ଦେଇଛନ୍ତି ରଜତ ଶର୍ମା। ଏଥର ତାଙ୍କର ଇସ୍ତଫା ପତ୍ରକୁ ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ବାବର ଦୁରେଜ ଗ୍ରହଣ କରିଛନ୍ତି। ଡିଡିସିଏ ମଧ୍ୟରେ ବ୍ୟାପକ କ୍ଷମତା କନ୍ଦଳ ଲାଗି ରହିଥିବାରୁ ସେ ଚାପ ମଧ୍ୟରେ ନିଜ କାମ ଠିକ୍ ଭାବେ ତୁଲାଇବାକୁ ଅକ୍ଷମ ହେଉଥିବା ଅନୁଭବ କରି ରଜତ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।
କିଛି ଦିନ ପୂର୍ବେ ନଭେମ୍ବର ୧୬ରେ ରଜତ ପ୍ରଥମ ଥର ଡିଡିସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ମାତ୍ର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇନଥିଲା।
ଗତବର୍ଷ ଜୁଲାଇରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ପୂର୍ବତନ ଭାରତୀୟ ଅଲରାଉଣ୍ଡର ମଦନ ଲାଲ୍ଙ୍କୁ ପରାସ୍ତ କରି ଡିଡିସିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ପାଖାପାଖି ୨୦ ମାସ ଧରି ଡିଡିସିଏର ସଭାପତି ଭାବେ କାମ କରିଥିଲେ। ତେବେ ଡିଡିସିଏର ସାଧାରଣ ସମ୍ପାଦକ ବିନୋଦ ଥିଆରାଙ୍କ ସହ ତାଙ୍କର ଅନେକ ସମୟରେ ମତଭେଦ ରହି ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ରଜତ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।
ପୁଣିଥରେ ଡିଡିସିଏ ସଭାପତି ପଦରୁ ଇସ୍ତଫା ଦେଲେ ରଜତ ଶର୍ମା, ଏଥର ଇସ୍ତଫା ପତ୍ର ମଞ୍ଜୁର
Popular Categories



