www.samajalive.in
Sunday, December 7, 2025
14.1 C
Bhubaneswar

ଓମାରଙ୍କୁ ଅଟକ ପ୍ରତିବାଦରେ ସୁପ୍ରିମକୋର୍ଟରେ ଭଉଣୀ

ଶ୍ରୀନଗର/ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ସାଧାରଣ ସୁରକ୍ଷା ଆଇନ ବା ପିଏସ୍‌ଏ ଆଧାରରେ ଅଟକ ରଖାଯିବା ପ୍ରତିବାଦରେ ତାଙ୍କ ଭଉଣୀ ସାରା ଅବଦୁଲ୍ଲା (ପାଇଲଟ) ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହାର ଜରୁରୀ ଶୁଣାଣି ପାଇଁ ସେ ନିବେଦନ କରିଛନ୍ତି। ସାରାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ପରିଚାଳନା କରୁଛନ୍ତି। ଅଟକ ରଖାଯିବାର କାରଣ ଯଥାର୍ଥ ନୁହେଁ; ଏହା ସମ୍ବିଧାନର ଧାରା-୨୧କୁ (ସ୍ବାଧୀନ ଜୀବନଧାରଣର ଅଧିକାର) ଉଲ୍ଲଙ୍ଘନ କରୁଛି ବୋଲି ସେ ଦର୍ଶାଇଛନ୍ତି। ବିଚାରପତି ଏନ୍‌.ଭି ରମନ୍ନା ଅଧ୍ୟକ୍ଷ ଥିବା ପୀଠରେ ଏହାର ଶୁଣାଣି ପାଇଁ ଗୃହୀତ ହୋଇଛି। ସାରା ହେଉଛନ୍ତି ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପତ୍ନୀ। ତାଙ୍କ ବାପା ଫାରୁକ ଅବଦୁଲ୍ଲା ମଧ୍ୟ ପିଏସ୍‌ଏରେ ଅଟକ ଅଛନ୍ତି। ଧାରା ୩୭୦ ଉଚ୍ଛେଦ ପରଠାରୁ ଓମାରଙ୍କୁ ଅଟକ ରଖାଯାଇଥିଲା। ଏବେ ପୁଲିସ ତାଙ୍କ ବିରୋଧରେ ପିଏସଏ ଲାଗୁ କରିଛି। କାଶ୍ମୀର ଜନତାଙ୍କ ଉପରେ ଓମାରଙ୍କ ପ୍ରଭାବ ରହିଥିବା ପିଏସଏରେ ଆରୋପ କରାଯାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories