ଗହିରମଥାରେ ବନ କର୍ମଚାରୀଙ୍କୁ ଜଳଦସ୍ୟୁଙ୍କ ଆକ୍ରମଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ୍ ମାଛ ଧରୁଥିବା ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି। ବନ ବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବାବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଏମାନେ ପାଟ୍ରୋଲିଂ କରୁଥିଲେ। ସେମାନେ ଦେଖିଥିଲେ ଯେ ନିଷିଦ୍ଧାଞ୍ଚଳରେ ୧୫ରୁ ୨୦ଟି ଟ୍ରଲର ବେଆଇନ ଭାବେ ମାଛ ମାରୁଥିଲେ। ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଟ୍ରଲର ଗୁଡିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମକୁ ଘେରିଯାଇ ଆକ୍ରମଣ କରିଥିଲେ। ବନ ବିଭାଗ କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେବା ସହ ନିଜେ ଧରିଥିବା ବନ୍ଧୁକ ଦେଖାଇ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି। ଏହି ଘଟଣା ପରେ ବନ ବିଭାଗ ତରଫରୁ ଟ୍ରଲର ମାଲିକଭ୍କ ନାଁରେ ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.