ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ନିକଟସ୍ଥ ବୌଦ୍ଧ-ଫୁଲବାଣି ସୀମାନ୍ତ ଗେଟାମୁଣ୍ଡା ପୋଲ ନିକଟସ୍ଥ ରାସ୍ତାକଡରୁ ଶୁକ୍ରବାର ଜଣେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ବୃଦ୍ଧାଙ୍କର ଚିକିତ୍ସାଧିନ ଅବସ୍ଥାରେ ବୌଦ୍ଧ ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁରୁଣା କଟକ ଥାନା ଅର୍ନ୍ତଗତ ଚାରିଛକ -ଫୁଲବାଣୀ ରାସ୍ତାର ଗେଟାମୁଣ୍ଡା ନିକଟରେ ବୃଦ୍ଧାଜଣଙ୍କ ମୁର୍ମୂଷୂ ଅବସ୍ଥାରେ ପଡିଥିଲେ। ତାଙ୍କୁ ସେଠାରୁ ୧୧୨ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପୁରୁଣା କଟକ ଓ ପରେ ବୌଦ୍ଧ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ମାତ୍ର ବୌଦ୍ଧ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବୃଦ୍ଧାଙ୍କ ପରିଚୟ ମିଳିନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ ପୁରୁଣାକଟକ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବବ୍ୟବଛେଦ ଲାଗି ବୌଦ୍ଧ ପଠାଇଯାଇଥିବା ପୁରୁଣାକଟକ ଆଇଆଇସି ଜ୍ୟୋତ୍ସା କାଉଁରୀ ସୂଚନା ଦେଇଛନ୍ତି ।
Popular Categories



