www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ଉଦ୍ୟାନରୁ ବାହାରି ଆସିଲା ମହାବଳ ବାଘ: ବୁଲିଲା ବଜାର, ଘଉଡ଼ାଇବା ପାଇଁ ୯ଥର ଫାଙ୍କା ଗୁଳିଚାଳନା

ନୈନିତାଲ୍‌ : ନୈନିତାଲ ଜିଲା ରାମନଗରରେ ଥିବା ଜିମ୍‌ କୋର୍ବେଟ୍‌ ଜାତୀୟ ଉଦ୍ୟାନରୁ ଏକ ମହାବଳ ବାଘ ବାହାରି ଆସି ନିକଟସ୍ଥ ମାରଚୁଲା ବଜାରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ରାତି ୯ଟାରେ ବାଘ ବଜାରରେ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଘଉଡ଼ାଇବାକୁ ୯ଥର ଫାଙ୍କା ଗୁଳିଚାଳନା କରିଥିଲେ। ତେବେ ବାଘଟି ଏଥିରେ ଭୟଭୀତ ନ ହେବାରୁ ବନ ବିଭାଗର ଜଣେ ଅଧିକାରୀ ଭୂମିକୁ ଲକ୍ଷ୍ୟ କରି ଦୁଇଟି ଗୁଳି ଚଳାଇଥିଲେ। ଗୋଟିଏ ଗୁଳିର ଭୂମିରେ ମାଡ଼ ହୋଇ ନିକଟରେ ଥିବା ବାଘ ଦେହରେ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ବାଘକୁ ନିକଟରେ ଥିବା ପଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପାକସ୍ଥଳୀରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବାଘର ପ୍ରାଣ ଯାଇଥିଲା। ସେହି ମହାବଳ ବାଘଟିକୁ ପୂର୍ବରୁ ମାଚରୁଲା ବଜାରରେ ୨/୩ଥର ଦେଖିବାକୁ ମିଳିଥିଲା ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories