www.samajalive.in
Sunday, December 7, 2025
14.1 C
Bhubaneswar

ସ୍ୱଚ୍ଛତା ପାଇଁ ଆଦର୍ଶ ସାଜିଛନ୍ତି ଶତାୟୁ ବୃଦ୍ଧା ଟି. ପରମା

ଗୋପାଳପୁର: ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ରବିବାର ପରିବେଶ ସଫେଇରେ ନିଜକୁ ସାମିଲ କରିଥିବା ଜଣେ ଶତାୟୁ ବୃଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟ ହତା ସଫେଇ କାର୍ୟ୍ୟ କରାଯାଇଥିଲା। ବ୍ରହ୍ମପୁର ଉପକଣ୍ଠ ଉପୁଲାପୁଟି ଗ୍ରାମର ଶତାୟୁ ବୃଦ୍ଧା ଟି. ପରମା(୮୦)ଙ୍କୁ ତାଙ୍କ ବାସଭବନରେ ଟିମ କ୍ଲିନ ସିଟିର ସଦସ୍ୟମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ବୃଦ୍ଧା ପରମାଙ୍କ ନିକଟରେ ବୟସ ଯେମିତି ହାର ମାନିଯାଇଥିବା ଦେଖିବାକୁ ମିଳିଛି।

ପରମା ଗତ କିଛି ବର୍ଷ ଧରି ନିଜକୁ ନିଜ ଗାଁର ପରିବେଶକୁ ସଫାସୁତୁରା ରଖିବା ନିମନ୍ତେ ନିଜକୁ ନିୟୋଜିତ କରିଥିବା ସହ ପ୍ରତିଦିନ ସକାଳୁ ନିଜ ଗ୍ରାମର ରାସ୍ତାଘାଟ ସଫା କରୁଛନ୍ତି ସେ। କେବଳ ଏତିକି ନୁହେ ଏହା ସହ ସେ ଅନ୍ୟକୁ ପରିବେଶର ସୁରକ୍ଷା ସମ୍ପର୍କରେ ପରାମର୍ଶ ଦେବା ସହ ସ୍ବଛ ପରିବେଶ ଗାଁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ ରେ ସହାୟକ ହେବ ବୋଲି ଲୋକଙ୍କୁ ବୁଝାଇ ଥାନ୍ତି।ଯଦି ଏହାର‌ କେହି ଖିଲାପ କରିବା ଦେଖିଲେ ତାଙ୍କୁ ତାଗିଦ ବି କରିଥାନ୍ତି।ଏହି କାରଣରୁ ସମଗ୍ର ଗ୍ରାମରେ ପରମାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ। ଏହି ଭଳି ଜଣେ ବିରଳ ବ୍ୟକ୍ତିତ୍ଵ ବୃଦ୍ଧା ପରମାଙ୍କୁ ଟିମ କ୍ଲିନ ସିଟି ପକ୍ଷରୁ ସମ୍ବର୍ଦ୍ଧିତ କରି ସମସ୍ତ ସଦସ୍ୟ ବେଶ ଖୁସ ଥିବା ଜଣାପଡିଛି ।ଏହା ପରେ ଟିମର ସଦସ୍ୟଙ୍କ ସହ ନିଜେ ପରମା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଟିମ ସଦସ୍ୟଙ୍କ ଦ୍ୱାରା ହୋଇଥିବା ସ୍କୁଲ ସଫେଇ କାର୍ୟ୍ୟକ୍ରମର ତଦାରଖ କରିଥିଲେ। ଏହି କାର୍ୟ୍ୟରେ ଗ୍ରାମର ବହୁ ପ୍ରତିଷ୍ଠିତ ଲୋକ ସହଯୋଗର ହାତ ବଢାଇଥିଲେ। ପରେ ଟିମ ସଦସ୍ୟମାନେ ବ୍ରହ୍ମପୁର ଫେରିବା ବାଟରେ ଗୋପାଳପୁର ଛକରେ ଓଭର ବ୍ରିଜ ତଳେ ବେନିୟମ ଭାବେ ଲାଗିଥିବା ପୋଷ୍ଟରଗୁଡିକୁ ଚିରି ବାହାର କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories