ଓଲା ରୋଡଷ୍ଟର୍ ଚଲାଇଲେ ଭାବିଶ ଅଗ୍ରଓ୍ବାଲ, ଖୁବ୍ ଶୀଘ୍ର ପାଇବେ ଗ୍ରାହକ

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍ ନିଜ ରୋଡଷ୍ଟର ସିରିଜର ଇଲେକ୍ଟ୍ରିକ୍ ମୋଟରସାଇକେଲର ଉତ୍ପାଦନ ଆରମ୍ଭ କରିଦେଇଛି । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବିଶ ଅଗ୍ରଓ୍ବାଲ ପୂର୍ବରୁ ବାଇକର ଫଟୋ ସେୟାର କରିଥିଲେ । ରୋଡଷ୍ଟର ସିରିଜକୁ ପ୍ରଥମ ଥରେ ଗତ ବର୍ଷ ଅଗଷ୍ଟରେ ଓଲା ଇଲେକ୍ଟ୍ରିକ୍ ଇଭେଣ୍ଟରେ ପ୍ରଦର୍ଶିତ କରାଯାଇଥିଲା । ଏହା ୩ ଅଲଗା ଅଲଗା ଭାରିଆଣ୍ଟ- ରୋଡଷ୍ଟର, ରୋଡଷ୍ଟର ଏକ୍ସ ଓ ରୋଡଷ୍ଟର ପ୍ରୋ ସହିତ ପ୍ରିମିୟମ୍ ଇଲେକ୍ଟ୍ରିକ୍ ମୋଟର ସାଇକେଲ ବଜାରରେ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ହୋଇସାରିଛି । ପ୍ରତି ମଡେଲରେ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଫିଚର୍ ଦିଆଯାଇଛି ।

prayash

ଭାବିଶ ଅଗ୍ରଓ୍ବାଲ ଏକ୍ସରେ ପୋଷ୍ଟ କରିଛନ୍ତି । ଏଥିରେ ସେ ରୋଡଷ୍ଟର ଚଲାଉଥିବା ନଜର ଆସୁଛନ୍ତି । ସେ ଏହି ଗାଡିକୁ ନେଇ ବହୁତ ଉତ୍ସାହିତ ଥିବା କହିଛନ୍ତି । କହିରଖୁଛୁ ରୋଡଷ୍ଟର ସିରିଜ ହାଇଟେକ୍ ଫିଚର ଓ ଦମଦାର ଡିଜାଇନର ଏକ ମିଶ୍ରଣ । ଏଥିରେ ଟିଏଫଟି ଟଚସ୍କ୍ରିନ୍ ଡିସପ୍ଲେ ବିଶିଷ୍ଟ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ୍ ଉପଲବ୍ଧ ହେବ । ଏହାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଥିବା ଜଣାପଡୁଛି ।

kalyan agarbati

Comments are closed.