www.samajalive.in
Saturday, December 6, 2025
16.1 C
Bhubaneswar

ଯୋଗୀ ଏବଂ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା (୩ ଦିନ) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟା (୨ ଦିନ)ର ପ୍ରତିବନ୍ଧକ ଲଗାଇଛି। ମଙ୍ଗଳବାର ସକାଳ ୬ଟାରୁ ଏହି ପ୍ରତିବନ୍ଧକ ଲାଗୁ ହେବ। ଯୋଗୀ ଏବଂ ମାୟାବତୀଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ରହିଛି। ଉଭୟ ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା।
ସୁପ୍ରିମକୋର୍ଟ ସୋମବାର ଏହି ମାମଲାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉଭୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଅୟୋଗଙ୍କୁ କହିଥିଲେ। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପୀଠ ଏହି ମାମଲାରେ ଏପ୍ରିଲ ୧୬ରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧିଙ୍କୁ ହଜର ହେବାକୁ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା। ଏଥିରେ ଅଭିଯୋଗରେ ଦର୍ଶାଯାଇଥିଲା ଯେ ନେତାମାନେ ଜାତି, ଧର୍ମ ଆଧାରରେ ଘୃଣା ପ୍ରସାରଣ କରୁଥିବା ଟିପ୍ପଣୀମାନ ଦେଉଛନ୍ତି। ତେଣୁ ଏଭଳି ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ଆଖି ବନ୍ଦ କରି ନବସିବାକୁ ପରାମର୍ଶ ଦେଇଥିଲେ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories