www.samajalive.in
Saturday, December 6, 2025
15.1 C
Bhubaneswar

ମଙ୍ଗୁଳି ଜେନା ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ଖୋର୍ଦ୍ଧା : କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ବହୁ ଚର୍ଚ୍ଚିତ ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲା ତଦନ୍ତର ତଦାରଖ କରିବେ ବୋଲି ସୋମବାର ପୁଲିସ ଡିଜିପି ବିଜୟ କୁମାର ଶର୍ମା ପ୍ରକାଶ କରିଛନ୍ତି । ଏହି ମାମଲାର ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଦଳ ପହଞ୍ଚିଛି ।  କ୍ରାଇମବ୍ରାଞ୍ଚର ଜଣେ ଇନ୍ସପେକ୍ଟର ତଦନ୍ତରେ ସହଯୋଗ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ଡିଜିପି କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗୁଳି ଜେନା ଖୋର୍ଦ୍ଧା ଜିଲା ବଡପୋଖରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ଏହା ସହ ବିଜେପିର ମଣ୍ଡଳ ସଭାପତି ଥିଲେ । ରବିବାର ରାତି ପ୍ରାୟ ୧୨ଟାରେ ପ୍ରଚାର ସାରି ଫେରୁଥିବା ବେଳେ ଅନ୍ୟ ଜଣେ ବିଧାୟକ ପ୍ରାର୍ଥୀ କାଳୁଙ୍କ ଘର ସମ୍ମୁଖରେ ଛିଡା ହୋଇଥିଲେ । ଏହି ମସୟରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories