www.samajalive.in
Friday, December 5, 2025
20.1 C
Bhubaneswar

୨୦୧୯ କ୍ରିକେଟ ବିଶ୍ୱ କପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ୫୦ ଓଭରିଆ କ୍ରିକେଟ ବିଶ୍ୱକପ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଏହି ୧୫ ଜଣିଆ ଦଳରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ମହେନ୍ଦ୍ର ସିଂହ ଧୋନି (ୱିକେଟ ରକ୍ଷକ), ଦିନେଶ କାର୍ତ୍ତିକ, ଶିଖର ଧାୱନ, କେଏଲ ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ୍‍, କୁଲ୍‍ଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶ୍‍ପ୍ରୀତ ବୁମରା, ହାର୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡେଜାଙ୍କ ନାମ ସ୍ଥାନ ପାଇଛି। ଏହି ବିଶ୍ୱକପ୍‍ ମେ’ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ। ମୁମ୍ବାଇଠାରେ ଚୟନକର୍ତା, କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୈଠକରେ ଏକ୍ରତିତ ହୋଇ ବିଶ୍ୱକପ ପାଇଁ ଦଳ ଚୟନ କରିଛନ୍ତି। ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଦଳର ଘୋଷଣା କରିଥିଲେ। ଏହି ଦଳରୁ ଯୁବ ଖେଳାଳି ଋଷଭ ପନ୍ତଙ୍କୁ ବାଦ ଦିଆଯାଇଛି। ୪ର୍ଥ ନଂ ସ୍ଥାନ ପାଇଁ ବହୁ ଦାବିଦାର ଅଛନ୍ତି। ତେବେ ଖେଳାଳି ଚୟନର ଶେଷ ତାରିଖ ଅପ୍ରେଲ ୨୩ ରହିଛି। ସମସ୍ତ କ୍ରିକେଟ ଦଳଙ୍କୁ ଏହି ସମୟ ମଧ୍ୟରେ ୧୫ ଜଣିଆ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରିବାକୁ ପଡ଼ିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories