bjd gruha runa

ଏଣିକି ସବୁବର୍ଷ ଦ୍ୱିତୀୟ ଓଜେଇଇ

BJD Bijuli 480×75 Mob
0

ଭୁବନେଶ୍ୱର : ଏଣିକି ସବୁବର୍ଷ ଦ୍ୱିତୀୟ ଓଜେଇଇ ପରୀକ୍ଷା ହେବ। ଯେଉଁମାନେ ପ୍ରଥମ ଓଜେଇ ପରୀକ୍ଷା ଦେଇପାରିନଥିବେ ସେମାନେ ଦ୍ୱିତୀୟ ଓଜେଇଇ ପରୀକ୍ଷା ଜୁଲାଇ ମାସରେ ଦେଇପାରିବେ। ଓଜେଇ ଽାଙ୍କଧାରୀଙ୍କ ପ୍ରଥମ କାଉନ୍‌ସେଲିଂ ଅନୁଷ୍ଠିତ ହେବା ପରେ ଦ୍ୱିତୀୟ ଓଜେଇ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।
ରାଜ୍ୟର ଘରୋଇ ଇଞ୍ଜିନିୟରିଂ କଲେଜରେ ଖାଲିପଡୁଥିବା ସିଟ୍‌ ପୂରଣ ପାଇଁ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଦ୍ୱିତୀୟ ଓଜେଇ ଅନୁଷ୍ଠିତ ହୋଇଥିଲା। ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ପ୍ରତିବର୍ଷ ଦ୍ୱିତୀୟ ଓ ସ୍ୱତନ୍ତ୍ର ଓଜେଇଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଓଜେଇଇ ପରୀକ୍ଷା ଦେଇପାରିନଥିବେ ସେମାନେ ରାଜ୍ୟର ୩୦ଟି ଜିଲାରେ ଦ୍ୱିତୀୟ ଓଜେଇ ଜୁନ୍‌ କିମ୍ବା ଜୁଲାଇରେ ଦେଇପାରିବେ। ଏଥିରେ ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳ ଓ ଆଦିବାସୀ ଛାତ୍ରଛାତ୍ରୀ ଯେଭଳି ସାମିଲ ହୋଇପାରିବେ ଓ ଏହି ପରୀକ୍ଷା ଦେଇପାରିବେ ସେଥିପାଇଁ ସଚେତନତା ସୃଷ୍ଟି ଲାଗି ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି।
ପ୍ରଥମ କାଉନ୍‌ସେଲିଂ ପରେ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍‌ ପୂରଣ ଏବଂ ପ୍ରଥମ ବର୍ଷ ବି.ଟେକ୍‌, ଲାଟେରାଲ୍‌ ଏଣ୍ଟି୍ର ବିଟେକ୍‌, ଏମ୍‌ବିଏ ଏବଂ ଏମ୍‌ସିଏ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଯୁଗ୍ମ ନିର୍ଦେଶକ ଏ.କେ.ନାୟକ ଓଜେଇଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
ଓଡ଼ିଶା ଯୁଗ୍ମ ପ୍ର୍ରବେଶିକା ପରୀକ୍ଷା(ଓଜେଇଇ) ପାଇଁ ଅନଲାଇନ୍‌ ଆବେଦନର ଶେଷ ତାରିଖ ବୃଦ୍ଧି କରାଯାଇଛି। ଓଜେଇଇରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାର୍ଚ୍ଚ ୨୭ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ ଓ ମାର୍ଚ୍ଚ ୩୧ସୁଦ୍ଧା ଫି’ ଦାଖଲ କରିପାରିବେ।
ବି.ଫାର୍ମା, ଲାଟେରାଲ୍‌ ଏଣ୍ଟି୍ର ବିଟେକ୍‌, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ୍‌ ଏଣ୍ଟ୍ରି ଫାର୍ମାସି, ଏମ୍‌ଟେକ୍‌ ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରାୟ ୩୪ହଜାର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି ବୋଲି ଓଜେଇଇ ସମ୍ପାଦକ ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି। ମେ’ ୧୩ରେ ଓଜେଇଇ ପରୀକ୍ଷା ହେବାକୁ ଥିବାବେଳେ ଏପ୍ରିଲ ୨୦ରୁ ଅନଲାଇନ୍‌ରେ ଆଡମିଟ୍‌ କାର୍ଡ଼ ମିଳିପାରିବ। ପରୀକ୍ଷା ଫଳ ଜୁନ୍‌ ପ୍ରଥମ ସପ୍ତାହରେ ବାହାରିବ ବୋଲି ସେ କହିଛନ୍ତି।

Leave A Reply