www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ସଂକ୍ରମଣ ସତ୍ୱେ ବୃଦ୍ଧି ପାଇଛି ଡାଲି ଓ ତୈଳବୀଜ ସଂଗ୍ରହ

ସାରା ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଉଦ୍‍ବେଗଜନକ ଥିବାବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି। ଗତବର୍ଷ ମୋଟ ୫୦ କୋଟି ୮୩ ଲକ୍ଷ ୮୪ ହଜାର ୯୦୦ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ଚଳିତ ବର୍ଷ ୬୦ କୋଟି ୨୩ ଲକ୍ଷ ୯୨ ହଜାର ୩୪୬ ଟଙ୍କା ମୂଲ୍ୟର ସଂଗ୍ରହ କରାଯାଇଛି ।

ଚଳିତ ବର୍ଷ ସମବାୟ ବିଭାଗ ପକ୍ଷରୁ ମାର୍କଫେଡ୍ ଦ୍ୱାରା ୧୩ଟି ଜିଲ୍ଲାରୁ ବିଭିନ୍ନ ପ୍ୟାକସ୍ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ କରାଯାଇଛି। ଏଥିମଧ୍ୟରେ ଯାଜପୁର ଜିଲ୍ଲାରୁ ମୋଟ ୨୫ କୋଟି ୨୪ ଲକ୍ଷ ୪୯ ହଜାର ୯୨୫ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୯ କୋଟି ୮୬ ଲକ୍ଷ ୭୩ ହଜାର ୪୪୦ ଟଙ୍କା ମୂଲ୍ୟର, ଜଗତସିଂହପୁର ଜିଲ୍ଲାରୁ ୮ କୋଟି ୯୮ ଲକ୍ଷ ୪୭ ହଜାର ୩୧୫ ଟଙ୍କାର ଏବଂ ପୁରୀ ଜିଲ୍ଲାରୁ ୬ କୋଟି ୬୬ ଲକ୍ଷ ୩୭ ହଜାର ୧୫୮ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories