www.samajalive.in
Monday, December 15, 2025
17.1 C
Bhubaneswar

ତେଲ ଦର ବେଲଗାମ, ଦେଶବ୍ୟାପୀ ଜନଅସନ୍ତୋଷ

ନୂଆଦିଲ୍ଲୀ: ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ଥରେ ତୈଳ ମୂଲ୍ୟ ବୃଦ୍ଧି ପାଇ ସର୍ବକାଳୀନ ରେଡର୍କ ସ୍ତର ଅତିକ୍ରମ କରିଛି। ତୈଳ ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉ ନଥିବାରୁ ଦେଶବ୍ୟାପୀ ସବୁ ମହଲରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଆଜି ଦେଶର ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ୍‍ ମୂଲ୍ୟ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇ ୭୬.୨୪ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ୍‍ରେ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇ ୬୭.୫୭ ଟଙ୍କାରେ ପହଞ୍ଚିଛି। ସ୍ଥାନୀୟ ଅଞ୍ଚଳର ଟିକସ ଓ ପରିବହନ ମୂଲ୍ୟକୁ ହିସାବକୁ ନେଲେ ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ୍‍ ଓ ଡିଜେଲ୍‍ ମୂଲ୍ୟ ଆହୁରି ଅଧିକ ବୃଦ୍ଧି ପାଇଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୈଳ ମୂଲ୍ୟ ବୃଦ୍ଧି ଉପରେ କଟକଣା ଜାରି କରିଥିବାରୁ ଗତ ଏପ୍ରିଲ୍‍ ୨୪ ତାରିଖରୁ ଦୈନିକ ତୈଳ ମୂଲ୍ୟ ସଂଶୋଧନ ପ୍ରକ୍ରିୟା ବନ୍ଦ ରହିଥିଲା। ଏଥିଯୋଗୁଁ ତୈଳ ବିତରଣ କମ୍ପାନୀମାନେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି କହିଛନ୍ତି। ଏହି କ୍ଷତି ଭରଣା ପାଇଁ ଗତ ୧୪ ତାରିଖରୁ ତୈଳ ବିତରକମାନେ ତୈଳ ମୂଲ୍ୟରେ ବୃଦ୍ଧି କରିଛନ୍ତି।

କଣ ପାଇଁ ବଢ଼ୁଛି ତୈଳ ମୂଲ୍ୟ

- Advertisement -


ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଭାରତରେ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତର ମୋଟ ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନୀ ହେଉଥିବାରୁ ଭାରତ ଉପରେ ଅଧିକ ଚାପ ପଡ଼ୁଛି। ଏଥିସହିତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇଥିବାରୁ ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଇଛି। ଏହାର ପ୍ରଭାବ ତୈଳ ମୂଲ୍ୟ ଉପରେ ପଡ଼ିଛି। ଏହାଛଡ଼ା ତୈଳ ଉପରୁ ସର୍ବାଧିକ ରାଜସ୍ୱ ମିଳୁଥିବାରୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଉତ୍ପାଦନ ଶୁଳ୍କ ଓ ଭାଟ୍‍ ଲାଗୁ କରିଛନ୍ତି। ଉତ୍ପାଦନ ଶୁଳ୍କ ଓ ଭାଟ୍‍ ଯୋଗୁଁ ତୈଳ ମୂଲ୍ୟ ଦ୍ୱିଗୁଣିତ ହୋଇଛି।

୯ ଥର ବଢ଼ିଛି ଉତ୍ପାଦନ ଶୁଳ୍ପ


କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରଠାରୁ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ୯ ଥର ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ପେଟ୍ରୋଲ୍‍ ଓ ଡିଜେଲ୍‍ରେ ଉତ୍ପାଦନ ଶୁଳ୍ପ ଯଥାକ୍ରମେ ୧୧.୭୭ ଟଙ୍କା ଓ ୧୩.୪୭ ଟଙ୍କା ବୃଦ୍ଧି ପାଇଛି। ଅପରପକ୍ଷରେ ଗତ ବର୍ଷ ଅକ୍ଟୋବର ମାସରେ ଲିଟର ପିଛା ଉତ୍ପାଦନ ଶୁଳ୍କ ମାତ୍ର ୨ଟଙ୍କା ହ୍ରାସ ପାଇଛି। ଏହାକୁ ମିଶାଇ କେନ୍ଦ୍ର ସରକାରଙ୍କ ଉତ୍ପାଦନ ଶୁଳ୍କ ପେଟ୍ରୋଲ୍‍ ଉପରେ ଲିଟର ପିଛା ୧୯.୪୮ ଟଙ୍କା ଓ ଡିଜେଲ୍‍ରେ ୧୫.୩୩ ଟଙ୍କା ରହିଛି। ଏହାଛଡ଼ା ମୋଟ୍‍ ମୂଲ୍ୟ ଉପରେ ଓଡ଼ିଶା ସରକାର ୨୬% ଭାଟ୍‍ ଆଦାୟ କରୁଛନ୍ତି। ଡିଲରମାନେ ପେଟ୍ରୋଲ୍‍ ଉପରେ ଲିଟର ପିଛା ୩.୬୦ ଟଙ୍କା ଓ ଡିଜେଲ୍‍ ଉପରେ ଲିଟର ପିଛା ୨.୫୨ ଟଙ୍କା କମିଶନ୍‍ ନେଉଛନ୍ତି।

କେନ୍ଦ୍ର ସରକାର ପଦକ୍ଷେପ ନେବେ: ଧର୍ମେନ୍ଦ୍ର ପ୍ରଧାନ


କ୍ରମବର୍ଦ୍ଧିଷ୍ଣୁ ତୈଳ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଖୁବ୍‍ ଶୀଘ୍ର ପଦକ୍ଷେପ ନେବେ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ତୈଳ ମୂଲ୍ୟ ବୃଦ୍ଧି ପାଇଁ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସଂଘ ଓପେକକୁ ଦୋଷ ଦେଇଛନ୍ତି। ଓପେକ୍‍ ଉତ୍ପାଦନ ହ୍ରାସ କରିଥିବାରୁ ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। ଏଥିସହିତ ଭେନେଜ୍‍ୁଏଲା ଓ ଇରାନ୍‍ ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନ ମଧ୍ୟ ତୈଳ ବୃଦ୍ଧି ପାଇଁ ଦାୟୀ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। କିନ୍ତୁ ମୂଲ୍ୟ ବୃଦ୍ଧିକୁ ସାମୟିକ ବୋଲି ଦର୍ଶାଇ ଉତ୍ପାଦନ ଶୁଳ୍କ ହ୍ରାସ ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି। ଉତ୍ପାଦନ ଶୁଳ୍କ ହ୍ରାସ ହେବ ନାହିଁ ବୋଲି ଗତ ସପ୍ତାହରେ କେନ୍ଦ୍ର ଆର୍ଥିକ ବ୍ୟାପାର ସଚିବ ସୁବାଷ ଚନ୍ଦ୍ର ଗର୍ଗ ମଧ୍ୟ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories