ଓଡ଼ିଶା ମହିଳା ଫୁଟବଲ ଲିଗ୍, ସାଇ ଓ ରାଇଜିଂ ଷ୍ଟୁଡେଣ୍ଟସ୍ର ୨ୟ ବିଜୟ
କଟକ: ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଭୁବନେଶ୍ବରରେ ଚାଲିଥିବା ଓଡ଼ିଶା ମହିଳା ଫୁଟବଲ ଲିଗ୍୨୦୨୦-୨୧ର ଶନିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ସାଇ ଟ୍ରେନିଂ ସେଣ୍ଟର ଓ ରାଇଜିଂ ଷ୍ଟୁଡେଣ୍ଟସ୍ ବିଜୟୀ ହୋଇଛନ୍ତି। କଳିଙ୍ଗ ଷ୍ଟାଡ଼ିୟମ ମ୍ୟାଚରେ ସାଇ ଟ୍ରେନିଂ ସେଣ୍ଟରୂ ୨-୧ ଗୋଲରେ ଓଜିପିକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ସାଇ ପକ୍ଷରୁ ଦୀପା ନାୟକ ୮ ଓ ୨୭ ମିନିଟ୍ରେ ୨ଟି ଗୋଲ ଦେଇଥିବାବେଳେ ଓଜିପି ପକ୍ଷରୁ ଏ. କିର୍ତ୍ତିକା ୨୬ ମିନିଟ୍ରେ ଗୋଟିଏ ଗୋଲ ଦେଇଥିଲେ।
ମ୍ୟାଚକୁ ଜ୍ୟୋତିରଞ୍ଜନ ସ୍ବାଇଁ, ଦୁର୍ଗାମାଧବ ଆଚାର୍ୟ୍ୟ, ଚନ୍ଦ୍ରକାନ୍ତ ବାରିକ ଓ ବିଚିତ୍ର ପ୍ରଧାନ ପରିଚାଳନା କରିଥିବାବେଳେ ସୁଦୀପ୍ତା ଦାଶ ମ୍ୟାଚ କମିଶନର ଦାୟିତ୍ବ ତୁଲାଇଥିଲେ। କ୍ୟାପିଟାଲ ହାଇସ୍କୁଲ ଖେଳ ପଡ଼ିଆରେ ରାଇଜିଂଷ୍ଟୁଡେଣ୍ଟସ୍ ୧-୦ଗୋଲରେ ପୂର୍ବତଟ ରେଳବାଇକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ରାଇଜିଂ ଷ୍ଟୁଡେଣ୍ଟସ୍ ପକ୍ଷରୁ ଭାରତୀ ଦାସ ଖେଳର ୬୫ ମିନିଟ୍ରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ମ୍ୟାଚକୁ ଚିତ୍ରାମ୍ବଦା ପାତ୍ର, ଦିଗ୍ବିଜୟ ଦାସ, ଲକ୍ଷ୍ମୀପ୍ରସାଦ ନାଇଡୁ, ବିଷ୍ଣୁପ୍ରିୟା ଦାସ ପରିଚାଳନା କରିଥିବାବେଳେ ଦୁର୍ଗାମାଧବ ନାୟକ ମ୍ୟାଚ କମିଶନର ଦାୟିତ୍ବ ତୁଲାଇଥିଲେ।
Comments are closed.