ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ

ଭୁବନେଶ୍ଵର/ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି। ଦୁଷ୍କର୍ମ ପରେ ଯୁବତୀ ଜଣଙ୍କୁ ରାସ୍ତାରେ ଫିଙ୍ଗି ଚାଲିଯାଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପୁଲିସ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଏକାଧିକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୀଡ଼ିତା ଜଣେ ଗ୍ରାଜୁଏଟ ଏବଂ ତାଙ୍କୁ ପ୍ରାୟ ୩୪ ବର୍ଷ ହେବ ବୋଲି ଜଣାପଡ଼ିଛି।

ଆବାସିକ କମିଶନର ବିଶାଲ ଗଗନ୍‌ କହିଛନ୍ତି ଯେ, ସେ ପୀଡ଼ିତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ପୀଡ଼ିତାଙ୍କୁ ସହଯୋଗ କରିବା  ଲାଗି ତାଙ୍କ ନିକଟରେ ଆବାସିକ କମିଶନ ଅଧିକାରୀ ରହିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଅବଗତ କରାଯାଇଛି। ତାଙ୍କ ଭାଇ ଏବଂ ପରିବାର ଲୋକ ଟ୍ରେନରେ ଦିଲ୍ଲୀ ଆସୁଛନ୍ତି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛନ୍ତି। ଦିଲ୍ଲୀ ପୁଲିସ ଏହାର ତଦନ୍ତ କରୁଛି ବୋଲି ଗଗନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

Comments are closed.