www.samajalive.in
Monday, December 15, 2025
15.1 C
Bhubaneswar

ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଡେସ୍କ: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପାର ମିଳିତ ଆନୁକୂଲ୍ୟରେ ଆଜି ଉଦ୍‍ଘାଟିତ ଦୁଇଦିନିଆ ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିିଭାଗର କମିଶନର ଅଶ୍ୱଥୀ ଏସ୍‍. ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେବା ସହ ଆଗାମୀ ବର୍ଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମିଳନୀରେ ୨୦୨୨ ମସିହା ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ରାଜ୍ୟରେ ଥିବା ବିଭିନ୍ନ ବର୍ଗର ବିଦ୍ୟାଳୟମାନଙ୍କର ପ୍ରଦର୍ଶନ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆୟାର ଅଲୋକପାତ କରିଥିଲେ।

- Advertisement -

ଏହାପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଡିଗ୍ରୀ କଲେଜ ବା ବିଶ୍ୱବିଦ୍ୟାଳୟରୁ ପୃଥକୀକରଣ, ଅତିଥି ଶିକ୍ଷକ ନିୟୋଜିତ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୈକ୍ଷିକ ତଦାରଖ ବ୍ୟବସ୍ଥା, ଧନ୍ଦାମୂଳକ ଶିକ୍ଷାର ବିକାଶ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରକାର ଇ-ଶିକ୍ଷଣ ଓ ଇ-ମୂଲ୍ୟାୟନ ସମ୍ବନ୍ଧରେ ଏସ୍‍ସିଇଆରଟି ତରଫରୁ ତାଲିମ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ୫୫୦ରୁ ଊର୍ଦ୍ଧ୍ବ କ୍ୟାରିଅର ଓ ୧୨୦୦ରୁ ଊର୍ଦ୍ଧ ବୃତି ସମ୍ବଳିତ ଓଡ଼ିଶା କ୍ୟାରିଅର ପୋର୍ଟାଲ ଉପରେ ୟୁନିସେଫ୍‍ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories