www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟରେ ୫ କୋଟି ୮୮ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର ୧ଲକ୍ଷ ୮୦ହଜାର ୫୪୦ ହିତାଧିକାରୀ ଟିକା ନେଇଛନ୍ତି । ଏହାଦ୍ବାରା ମୋଟ ଟିକାକରଣ ୫ କୋଟି ୮୮ ଲକ୍ଷ ୭୪ ହଜାର ୬୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ବରିଷ୍ଠ ନାଗରିକ, ୬୩ ପ୍ରତିଶତ ସମ୍ମୁଖ ଯୋଦ୍ଧା ଏବଂ ୪୨% ସ୍ବାସ୍ଥ୍ୟକର୍ମୀ ପ୍ରତିଷେଧାତ୍ମକ ପାନ ନେଇଛନ୍ତି । ସେହିପରି ୧୫ରୁ ୧୮ ବର୍ଷ ୭୦.୫% ପ୍ରଥମ ପାନ ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି। ଗୁରୁବାର ରାଜ୍ୟର ୩୦୬୨ ଟିକାଦାନ କେନ୍ଦ୍ରରେ ୧୪୭୬ ସ୍ବାସ୍ଥ୍ୟକର୍ମୀ, ୪୭୩୦ ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୭୯୦୯ ହିତାଧିକାରୀ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ସେହିପରି ୧୫ରୁ ୧୮ ବର୍ଷର ୧୭ ହଜାର ୩୦୩ କିଶୋର/କିଶୋରୀ ପ୍ରଥମ ପାନ ଓ ୫୩ ହଜାର ୭୧୧ ଦ୍ବିତୀୟ ପାନ ନେଇଛନ୍ତି। ଏହାବ୍ୟତୀତ ୬ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପାନ, ୧୭୭ ଦ୍ବିତୀୟ ପାନ ନେଇଛନ୍ତି। ୧୨ ସମ୍ମୁଖ ଯୋଦ୍ଧା ପ୍ରଥମ ପାନ ଓ ୧୯୧ ଦ୍ବିତୀୟ ପାନ ନେଇଥିବାବେଳେ ୧୮ରୁ ୪୪ ବର୍ଷ ୧୨ ହଜାର ୮୬୧ ହିତାଧିକାରୀ ପ୍ରଥମ ପାନ ଓ ୫୪ହଜାର ୯୯୪ ଦ୍ବିତୀୟ ପାନ ନେଇଛନ୍ତି। ୪୫ ବର୍ଷରୁ ଅଧିକ ୩୪୧୮ ହିତାଧିକାରୀ ପ୍ରଥମ ପାନ ଓ ୨୩ ହଜାର ୭୫୨ ଦ୍ବିତୀୟ ପାନ ନେଇଛନ୍ତି। ଏହାଛଡ଼ା ୧୪୭୨ ଗର୍ଭବତୀ ଟିକା ନେଇଥିବା ଜଣାପଡ଼ିଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories