www.samajalive.in
Wednesday, December 10, 2025
23.1 C
Bhubaneswar

ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ପୁନର୍ଗଠିତ

ନୂଆଦିଲ୍ଲୀ: ଲୋକସେବକ ମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀଠାରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ପୁନର୍ଗଠିତ ହୋଇଛି। ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବିଧାନ ଅନୁଯାୟୀ ଓଡ଼ିଶାର ବରିଷ୍ଠ ଆଜୀବନ ସଦସ୍ୟ ଶ୍ରୀ ନିରଞ୍ଜନ ରଥ ଓଡ଼ିଶା ଶାଖାର ଅଧ୍ୟକ୍ଷ, ବରିଷ୍ଠ ଆଜୀବନ ସଦସ୍ୟ ଶ୍ରୀ ଭୀମସେନ ଯାଦବ ସମ୍ପାଦକ ପଦରେ ଆସୀନ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଶ୍ରୀ ଦୀପକ ମାଲବ୍ୟ, ଶ୍ରୀ ଅଜୟ ସିଂ ଏବଂ ଡ. ପ୍ରଭାସ ଆଚାର୍ଯ୍ୟ ମନୋନୀତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ପୂର୍ବତନ ଅଧ୍ୟକ୍ଷ ଡ. ରାଧାନାଥ ରଥଙ୍କ ପରେ ଦୀର୍ଘବର୍ଷ ବ୍ୟବଧାନର ଅନ୍ତ ଘଟାଇ ଓଡ଼ିଶା ଶାଖାକୁ ସ୍ବତନ୍ତ୍ର ଭାବେ ପୁନଃ ସ୍ବୀକୃତି ମିଳିଛି। ବୈଠକରେ ଆଜୀବନ କର୍ମୀ ଶ୍ରୀ ରାଜେନ୍ଦ୍ର କୁମାର ଜେନାଙ୍କୁ ଉନ୍ନୀତ କରାଇ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories