www.samajalive.in
Wednesday, December 10, 2025
23.1 C
Bhubaneswar

ପୃଥିବୀ ଭଳି ବସତିଯୋଗ୍ୟ ଗ୍ରହ ଠାବ

ନୂଆଦିଲ୍ଲୀ: ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶରେ ପୃଥିବୀ ଭଳି କିଛି ଗ୍ରହ ଠାବ କରିଛନ୍ତି। ଏହି ଗ୍ରହଗୁଡିକରେ ପୃଥିବୀ ଭଳି ବସବାସ କଲାଭଳି ପରିବେଶ ଥାଇପାରେ ବୋଲି ସେମାନେ କହିଛନ୍ତି। ବିଟ୍‍ସ ପିଲାନିର ଗୋଆସ୍ଥିତ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋଫିଜିକ୍ସ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀମାନେ ମିଳିତ ଭାବରେ ଇଣ୍ଟେଲିଜେନ୍ସ ଭିତ୍ତିକ ଆଲଗୋରିଦମ୍‍ ବ୍ୟବହାର କରି ଏହି ଗ୍ରହଗୁଡିକୁ ଠାବ କରିଛନ୍ତି। ବିଶ୍ୱରେ ରହିଥିବା ହଜାର ହଜାର ସଂଖ୍ୟକ ଗ୍ରହରେ ବସବାସ କରିବା ପରିବେଶ ନଥିବାବେଳେ ପୃଥିବୀ ସେଥିମଧ୍ୟରେ ଏକ ବ୍ୟତିକ୍ରମ ହୋଇଛି ଏବଂ ଏହାକୁ ଆଧାର କରି ଜ୍ୟୋତିର୍ବିଜ୍ଞାନୀମାନେ ବସତିଯୋଗ୍ୟ ସମ୍ଭାବନା ରହିଥିବା ଗ୍ରହ ଠାବ କରିବାକୁ ଗବେଷଣା ଜାରି ରଖିଛନ୍ତି। ମଲ୍‍ଟି ଷ୍ଟେଜ ମେମେଟିକ ବାଇନାରୀ ଟ୍ରି ଆନୋମାଲି ଆଇଡେଣ୍ଟିଫାୟର ନାମକ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପଦ୍ଧତିକୁ ସେମାନେ ଉପଯୋଗ କରିଛନ୍ତି।

ଏହି ଗବେଷକଦଳ କହିଛନ୍ତି ଯେ ସାମ୍ପ୍ରତିକ ଆକଳନ ଅନୁଯାୟୀ ଆମ ଗ୍ରହାଣୁପୁଞ୍ଜରେ ଗ୍ରହ ସଂଖ୍ୟା ବହୁ ଶହ କୋଟି ହେବ। ସମ୍ଭବତଃ ତାରା ସଂଖ୍ୟାଠାରୁ ମଧ୍ୟ ଗ୍ରହଗୁଡିକର ସଂଖ୍ୟା ଅଧିକ ହେବ। ତେଣୁ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ଯେ ପୃଥିବୀ ଭଳି ଆଉ କିଛି ଜୀବନ ଧାରଣ ଉପଯୋଗୀ ଗ୍ରହ ରହିଛି କି ନାହିଁ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର ଜ୍ୟୋତିର୍ବିଜ୍ଞାନୀ ଏବଂ ବିଟ୍‍ସ ପିଲାନିର ଗୋଆସ୍ଥିତ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀକୁ ଏକ ବ୍ୟତିକ୍ରମ ଭାବରେ ଗ୍ରହଣ କରି ସେହି ଆଧାରରେ ବସତିଯୋଗ୍ୟ ଅନ୍ୟ ଗ୍ରହ ଠାବ କରିବାକୁ ଆନୋମାଲି ଚିହ୍ନଟ ପଦ୍ଧତି ଅନୁସରଣ କରିଥିଲେ।

- Advertisement -

ସେମାନଙ୍କ ଗବେଷଣାର ମୂଳ ବିଷୟ ଥିଲା, ହୁଏତ ମହାକାଶରେ ଆଉ କିଛି ଏହିଭଳି ବ୍ୟତିକ୍ରମ ଥିବା ଗ୍ରହ ଥାଇପାରନ୍ତି, ଯେଉଁଠାରେ ବସତିଯୋଗ୍ୟ ପରିବେଶ ଥାଇପାରେ। ସେମାନେ ମିଳିତ ଭାବରେ ଏକ ବିବୃତିରେ କହିଛନ୍ତି ଯେ, ହଜାର ହଜାର ସଂଖ୍ୟକ ଗ୍ରହ ମଧ୍ୟରେ ପୃଥିବୀ ଏକମାତ୍ର ବସତିଯୋଗ୍ୟ ଗ୍ରହ ହୋଇଥିବା ଏବଂ ସେଥିପାଇଁ ଏହାକୁ ଗ୍ରହଗୁଡିକ ମଧ୍ୟରେ ଏକ ବ୍ୟତିକ୍ରମ ଭାବରେ ବିଚାର କରାଯାଉଥିବାରୁ ସେମାନେ ଅନୁରୂପ ପରିବେଶ ସମ୍ଭାବନା ଥିବା ଗ୍ରହ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛନ୍ତି। ସେମାନଙ୍କ ଗବେଷଣା ତଥ୍ୟ ଅନୁଯାୟୀ ମହାକାଶରେ ୬୦ ଏହିଭଳି ଗ୍ରହ ରହିଛି ଯେଉଁଠାରେ ବସବାସ କରିବା ପରିସ୍ଥିତି ଥାଇପାରେ। ବିଟ୍‍ସ ପିଲାନି ଗୋଆ କ୍ୟାମ୍ପସ୍‍ର ପ୍ରଫେସର ସ୍ନେହାଂଶୁ ସାହା ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ)ର ଡଃ.ମାର୍ଗାରିଟା ସାଫନୋଭାଙ୍କ ନେତୃତ୍ୱରେ ଏହି ଗବେଷକ ଦଳ ଗ୍ରହ ବ୍ୟବସ୍ଥାରେ ବ୍ୟତିକ୍ରମ ଠାବ କରିବାକୁ ଏକ ନୂତନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିକ ଆଲଗୋରିଦମ ବିକଶିତ କରିଛନ୍ତି।

Hot this week

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

Related Articles

Popular Categories