www.samajalive.in
Wednesday, December 10, 2025
26.1 C
Bhubaneswar

ବିଶ୍ବ ରେକର୍ଡରେ ଅଟଳ ଟନେଲ

ନୂଆଦିଲ୍ଲୀ: ମାନାଲି ଓ ଲାହାଉଲ୍‌ ସ୍ପିତି ଉପତ୍ୟକାକୁ ସଂଯୋଗ କରୁଥିବା ରାଜପଥର ରୋହତଙ୍ଗ ଗିରିପଥରେ ନିର୍ମିତ ଅଟଳ ଟନେଲ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ସମୁଦ୍ର ପତ୍ତନରୁ ୧୦ହଜାର ଫୁଟ ଉଚ୍ଚରେ ଏହା ବିଶ୍ବର ସର୍ବୋଚ୍ଚ ତଥା ସୁଦୀର୍ଘ ସୁଡ଼ଙ୍ଗ ରାଜପଥ ଭାବେ ରେକର୍ଡ କରିଛି। ଏହି ୯.୦୨ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ପଥ ୨୦୨୦ ଅକ୍ଟୋବର ୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ପୂର୍ବରୁ ଶୀତ ଋତୁ ସହିତ ବର୍ଷକୁ ୬ମାସ ଏହି ରାଜପଥ ବନ୍ଦ ରହିଥାଏ; କିନ୍ତୁ ଏହି ଟନେଲ ନିର୍ମାଣ ଦ୍ବାରା ମାନାଲି ଓ ସାର୍ଚୁ ମଧ୍ୟରେ ୪୬କିମି ଦୂରତା ହ୍ରାସ ପାଇବା ସହ ବର୍ଷ ବ୍ୟାପୀ ଗମନାଗମନ ସୁବିଧା ହୋଇପାରିଛି। ଲାହାଉଲ ଓ ସ୍ପତି ଉପତ୍ୟକା ଆଉ ମୁଖ୍ୟାଞ୍ଚଳରୁ ବିଚ୍ଛିନ୍ନ ହେଉ ନାହିଁ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନାନୁଯାୟୀ, ବ୍ରିଟେନରେ ଆୟୋଜିତ ଏକ ବିଶେଷ ଉତ୍ସବରେ ଭାରତୀୟ ସେନାର ବର୍ଡର ରୋଡ୍ସ ଅର୍ଗାନାଇଜେସନ୍‌ (ବିଆରଓ)ର ମହାନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏ ସମ୍ପର୍କିତ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସୁଡ଼ଙ୍ଗ ପଥ ବିଆରଓ ଦ୍ବାରା ନିର୍ମିତ ହୋଇଥିଲା। ଏହାକୁ ଯାନ୍ତ୍ରିକ ବିଦ୍ୟାର ଏକ ବିସ୍ମୟ ବୋଲି କୁହାଯାଏ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories