www.samajalive.in
Saturday, December 6, 2025
26.1 C
Bhubaneswar

ଅଲଗା ବାସ ନିର୍ଦ୍ଦେଶିତ ୩୬୦୦ ଲୋକଙ୍କ ଘର ବାହାରେ ଲଗାଯିବ ସୂଚନା ଷ୍ଟିକର

ସମାଜ ପୋର୍ଟାଲ ଡେସ୍କ: ଜଣଙ୍କ ଠାରୁ ସମ୍ପ୍ରଦାୟକୁ ଯେପରି କରୋନା ସଂକ୍ରମଣ ବିସ୍ତାର ନ ହେବ ସେଥିପାଇଁ ଅଲଗା ବାସ ନିର୍ଦ୍ଦେଶିତ ୩୬୦୦ ଲୋକଙ୍କ ଘର ବାହାରେ ରାଜ୍ୟ ସରକାର ସୂଚନା ଷ୍ଟିକର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକ ଡାଉନ ବ୍ୟବସ୍ଥା ପାଞ୍ଚଟି ଜିଲ୍ଲାରୁ ବୃଦ୍ଧି କରି ୧୪ଟି ଜିଲ୍ଲାରେ ଲାଗୁ କରିଛନ୍ତି।

ଇତି ମଧ୍ୟରେ ଇଟାଲୀରୁ ଆସିଥିବା ଜଣେ ୩୧ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମାର୍ଚ୍ଚ ୧୫ରୁ ଓ ବ୍ରିଟେନରୁ ଫେରିଥିବା ଜଣେ ୨୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମାର୍ଚ୍ଚ ୧୯ରୁ ଚିକିତ୍ସା କରାଯାଉଛି ଏବଂ ଉଭୟ ସୁସ୍ଥ ହେଉଥିବା ଜଣାପଡିଛି। ଗତ ୪ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମଣ ରାଜ୍ୟରେ ଚିହ୍ନଟ ହୋଇନାହିଁ।

- Advertisement -

ମାର୍ଚ୍ଚ ୪ରେ କିମ୍ବା ପରେ ବିଦେଶରୁ ରାଜ୍ୟକୁ ଫେରିଥିବା ପ୍ରାୟ ୩୬ ଶହ ଲୋକଙ୍କୁ ୧୪ ଦିନ ପାଇଁ ଅଲଗା ବାସ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଲଗା ବାସ ପରିବର୍ତ୍ତେ ତିନି ଜଣ ବ୍ୟକ୍ତି ଘରେ ନ ରହି ବାହାରେ ବୁଲୁଥିବା ସୂଚନା ମିଳିବା ପରେ ପୁଲିସ ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରୁ ସେହି ତିନିଜଣଙ୍କୁ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରିଛି। ତେଣୁ ଅଲଗା ବାସ ନିର୍ଦ୍ଦେଶିତ ବ୍ୟକ୍ତି ଯେଭଳି ନିୟମରେ ରହିବେ ଓ ସାମାଜିକ ବାସନ୍ଦର ଶିକାର ନ ହେବେ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇବେ ସେଥିପାଇଁ ସେଭଳି ବ୍ୟକ୍ତିଙ୍କ ଏକ ତାଲିକା ସ୍ଥାନୀୟ ପୁଲିସ ପାଖରେ ରହିବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories