www.samajalive.in
Saturday, December 6, 2025
26.1 C
Bhubaneswar

୧୦୦ ଦିନ ପରେ ସାହିନବାଗରୁ ଆନ୍ଦୋଳନକାରୀଙ୍କୁ ହଟାଇଲା ପୁଲିସ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ(ସିଏଏ) ପ୍ରତିବାଦରେ ଦିଲ୍ଲୀର ସାହିନବାଗରେ ପ୍ରାୟ ୧୦୦ ଦିନ ଧରି ଧାରଣା ଦେଇଥିବା ଆନ୍ଦୋଳନକାରୀଙ୍କୁ ପୁଲିସ ହଟାଇ ଦେଇଛି। ମଙ୍ଗଳବାର ସକାଳେ ପୁଲିସ ଫୋର୍ସ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଉଠିଯିବାକୁ ନିବେଦନ କରିଥିଲେ। କିନ୍ତୁ ସେମାନେ ଶୁଣି ନ ଥିଲେ। ଏହା ପରେ ପୁଲିସ ବଳପୂର୍ବକ ସେମାନଙ୍କୁ ହଟାଇ ଦେଇଛି। ଅନେକ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିନେଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷିଣ ପୂର୍ବ ଜିଲାର ଡିସିପି କହିଛନ୍ତି।

ଗତ ୩ମାସ ଧରି ବିକ୍ଷୋଭକାରୀମାନେ ରାସ୍ତା ବନ୍ଦ କରି ଧାରଣା ଦେଇଥିଲେ। କିନ୍ତୁ କରୋନା ଭୂତାଣୁକୁ ରୋକିବା ଲାଗି ଦିଲ୍ଲୀ ସରକାର ଗତ ସୋମବାରଠାରୁ ଦିଲ୍ଲୀକୁ ଲକ୍‌ଡାଉନ କରିଥିଲାବେଳେ ଧାରଣା ଜାରି ରହିଥିଲା। ଶେଷରେ ପୁଲିସ ବଳ ପ୍ରୟୋଗ କରି ଆନ୍ଦୋଳନକାରୀଙ୍କୁ ହଟାଇଛି। ଏହା ସହିତ ସେଠାରେ ବନ୍ଧାଯାଇଥିବା ଟେଣ୍ଟକୁ ବି ପୁଲିସ କାଢ଼ି ଦେଇଛି। ଏହା ସହିତ ଜାଫରାବାଦ ଅଞ୍ଚଳରେ ବି ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ରବିବାର ଜନତା କର୍ଫ୍ୟୁ ଦିନଠାରୁ ସାହିନବାଗରେ ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଥିଲା। ଗୋଟିଏ ଗୋଷ୍ଠୀ ଜନତା କର୍ଫ୍ୟୁକୁ ବିରୋଧ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସମର୍ଥନ କରିଥିଲେ। ଏହାକୁ ନେଇ ବିକ୍ଷୋଭକାରୀ ପରସ୍ପର ଉପରକୁ ଚପଲ ଫିଙ୍ଗିଥିଲେ। ଗୋଟିଏ ଗୋଷ୍ଠୀ କରୋନା ଭୂତାଣୁର ବିପଦକୁ ଦୃଷ୍ଟିରେ ରଖି ଧାରଣା ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଅନ୍ୟ ଗୋଷ୍ଠୀ ବିକ୍ଷୋଭ ଜାରି ରଖିଥିଲା, ଯାହାକୁ ଆଜି ପୁଲିସ ହଟାଇ ଦେଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories