www.samajalive.in
Monday, December 15, 2025
27.1 C
Bhubaneswar

ଏକ ହଜାର ବସ୍‌ କିଣିବ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ

ଭୁବନେଶ୍ୱର : ଆଗାମୀ ଦୁଇବର୍ଷ ଭିତରେ ଏକ ହଜାର ନୂଆ ବସ୍ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସ୍ଆରଟିସି) କିଣିବ। ଦୀର୍ଘବର୍ଷ ହେଲା ବସ୍ କିଣା ଯାଇ ନଥିବାରୁ ବସର ଆବଶ୍ୟକତା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୧୭୦ ବସ୍ କିଣିବା ପାଇଁ ଓଏସ୍ଆରଟିସି ପକ୍ଷରୁ ଅଶୋକ ଲିଲାଣ୍ଡ କମ୍ପାନୀକୁ ଟେଣ୍ଡର ଦିଆଯାଇଛି। କମ୍ପାନୀ ଆସନ୍ତା ବର୍ଷ ମେ ମାସ ସୁଦ୍ଧା ବସ୍‌ଗୁଡ଼ିକୂୁ ଓଏସଆରଟିସି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବ ବୋଲି ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି।

ସମସ୍ତ ଜିଲାମୁଖ୍ୟାଳୟ ସହିତ ଜିଲାର ବିଭିନ୍ନ ସ୍ଥାନକୁ ଚଳାଚଳ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬୩ କୋଟି ଟଙ୍କା ବ୍ୟୟରେ ୧୭୦ ବସ୍ କିଣାଯିବ। କମ୍ପାନୀ ୨୦୨୧ ମେ ମାସ ମଧ୍ୟରେ ବସ୍ ଦେବ। ଆସନ୍ତା ୨ବର୍ଷ ଭିତରେ ୧୦୦୦ ବସ୍ କିଣିବା ପାଇଁ ଓଏସଆରଟିସିକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। କେବଳ ଓଏସଆରଟିସି ଟେଣ୍ଡର ଡାକି ବସ୍ କିଣିବ।
ଓଏସଆରଟିସିର ମହାପ୍ରବନ୍ଧକ ଦୀପ୍ତିମୟୀ ମହାପାତ୍ର କହିଛନ୍ତି, ଏକ ହଜାର ବସ୍ ପର୍ଯ୍ୟାୟକ୍ରମେ କିଣାଯିବ। ପ୍ରଥମ ପର୍ଯ୍ୟାୟରେ ୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୨ବର୍ଷ ମଧ୍ୟରେ ସମସ୍ତ ବସ୍ କିଣିବା ପାଇଁ ଲକ୍ଷ୍ୟ ରଖାଯାଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories