www.samajalive.in
Monday, December 15, 2025
27.1 C
Bhubaneswar

ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ପ୍ରସଙ୍ଗ : ଭିଜିଲାନ୍ସ କାଠଗଡ଼ାରେ ହେମନ୍ତ ଓ ଯାମିନୀ

ଭୁବନେଶ୍ୱର : ମାସ୍କ, ପିପିଇ କିଟ୍ ଓ ଅନ୍ୟ କୋଭିଡ୍ ସାମଗ୍ରୀ କିଣାରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ପକ୍ଷରୁ ଅଧିକ ତଦନ୍ତ ଲାଗି ଭିଜିଲାନ୍ସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଆଯିବା ପରେ ଏବେ ସରକାରଙ୍କ ସଂଗ୍ରହ କମିଟିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ ଏହି ମାସ୍କ ଓ ସାମଗ୍ରୀ କିଣାରେ ହୋଇଥିବା ଦୁର୍ନୀତିରେ ଜରୁରୀକାଳୀନ କ୍ରୟ କମିଟି ଓ ମନ୍ତ୍ରୀସ୍ତରୀୟ କମିଟିର ସମ୍ପୃକ୍ତି ରହିଛି। ସରକାରଙ୍କ ପକ୍ଷରୁ ସଂଗ୍ରହ କମିଟି ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶକ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କୁ ଦର୍ଶାଇଛନ୍ତି ଯେ ଯାହାସବୁ କୋଭିଡ଼ ସାମଗ୍ରୀ ସଂଗ୍ରହ ହୋଇଛି ଏହି ଦୁଇ କମିଟିର ଅନୁମୋଦନ ପରେ ହୋଇଛି। ସେ ଦୃଷ୍ଟିରୁ ଏହି ଦୁଇ କମିଟିକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ କଂଗ୍ରେସ ପ୍ରଥମେ ଯେତେବେଳେ ଏହି ଦୁର୍ନୀତି ବିଷୟରେ ପର୍ଦାଫାସ କରି ଗଣମାଧ୍ୟମକୁ ଆଣିଥିଲା ସେତେବେଳେ ଶାସକଦଳ ଓ ସରକାର ତାକୁ ହେୟ ଜ୍ଞାନ କରିଥିଲେ; କିନ୍ତୁ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଆମର ଅଭିଯୋଗ ପଛରେ ଥିବା ସତ୍ୟତାକୁ ଯୁକ୍ତିସିଦ୍ଧ କରିଛି।

- Advertisement -

ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ ଏବେ ଭିଜିଲାନ୍ସର କାଠଗଡ଼ା ପରିସରଭୁକ୍ତ ହେବେ। ଭିଜିଲାନ୍ସ ଅଧିକାରୀମାନେ ଏହି ଦୁଇ ଆଇଏଏସ ଅଧିକାରୀଙ୍କ ସହ ଦୁଇ କମିଟି ସଦସ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି। ଯଦି ଏଥିରେ କିଛି ବ୍ୟତିକ୍ରମ ସରକାରଙ୍କ ପକ୍ଷରୁ କରାଯାଏ ତେବେ ଆଗାମୀ ଦିନରେ ଏହାକୁ ନେଇ ଜନ ଅଦାଲତକୁ ଯିବୁ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ପ୍ରସଙ୍ଗରେ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ସୁଶାନ୍ତ ପାଢ଼ୀ କହିଛନ୍ତି ଯେ ପ୍ରଥମେ ଏ ନେଇ ଲୋକାୟୁକ୍ତରେ ପରିଷଦପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଗତକାଲି ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି।

ଏଥିରେ ସ୍ବର ମିଳାଇ ବିରୋଧୀଦଳ ନେତା କହିଛନ୍ତି ଯେ ରାଜ୍ୟ ସରକାର କୋଭିଡ଼ ସାମଗ୍ରୀ କିଣାରେ ଦୁର୍ନୀତି କରିଛନ୍ତି, ଏହି କଥାର କିଛିଟା ସତ୍ୟତା ରହିଛି ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏହାର ତଦନ୍ତ ଠିକ୍ ବାଟରେ ଗଲେ ବହୁ ନେତା, ମନ୍ତ୍ରୀ ଓ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ। ଅନ୍ୟପକ୍ଷରେ ବିଜେଡ଼ି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ଭିଜିଲାନ୍ସ ଉପରେ ଭରସା କରି ଲୋକାୟୁକ୍ତଙ୍କ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଛି। ଏହାଦ୍ବାରା ଅଭିଯୋଗର ସତ୍ୟତା ଆସିପାରିବ। ଏଥିପାଇଁ ଅପେକ୍ଷା ନକରି ସରକାରଙ୍କୁ ଅଭ୍ୟାସଗତ ଭାବେ ବଦନାମ କରିବା ଠିକ୍ ନୁହେଁ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories