www.samajalive.in
Monday, December 15, 2025
14.1 C
Bhubaneswar

ଭାଷାକୁ ସମ୍ମାନ! ଅଟକି ରହିଛି ଓଡ଼ିଶା ସାହିତ୍ୟ ଏକାଡେମୀର ୫ ବର୍ଷର ପୁରସ୍କାର

ଭୁବନେଶ୍ବର: ରାଜ୍ୟରେ ପ୍ରତିବର୍ଷ ୧୧ଟି ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ। ମାତ୍ର ଗତ ୫ବର୍ଷ ହେବ ଏହି ପୁରସ୍କାର ପ୍ରଦାନ କରାଯାଇନାହିଁ। ଯାହାକୁ ନେଇ ଅନେକ ସାହିତ୍ୟିକ ଏକାଡେମୀର ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୭ରୁ ଏଯାବତ୍‌ ମିଳିନାହିଁ ଓଡ଼ିଶା ସାହିତ୍ୟ ଏକା‌େ‌ଡମୀ ପୁରସ୍କର। ୧୧ ବର୍ଗରେ ଯଥା- ଗଳ୍ପ, କବିତା, ଏକାଙ୍କିକା, ଉପନ୍ୟାସ, ଐତିହାସିକ ଗବେଷଣା, ଗୀତିକବିତା, ନାଟକ, ପ୍ରବନ୍ଧ ସମାଲୋଚନା, ଜୀବନୀ ଭ୍ରମଣ, ଅନୁବାଦ, ଶିଶୁ ସାହିତ୍ୟ, ବିଜ୍ଞାନ ସାହିତ୍ୟ କ୍ଷେତ୍ର ପ୍ରଭୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରଥମେ ଅାବେଦନ କରାଯାଇଥିବା ପୁସ୍ତକକୁ ଯାଞ୍ଚ କରି ପୁରସ୍କାର ନିମନ୍ତେ ମନୋନୟନ କରାଯାଇଥାଏ। ହେଲେ ପାଞ୍ଚ ବର୍ଷ ହେବ ପୁରସ୍କାର ପ୍ରଦାନ ଉତ୍ସବ ବନ୍ଦ ରହିଛି। ୨୦୧୭-୧୮ ପାଇଁ ପୁସ୍ତକ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବାବେଳେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ପୁସ୍ତକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏସବୁ ପ୍ରକ୍ରିୟା ପାଇଁ ବରିଷ୍ଠ ସାହିତ୍ୟିକଙ୍କୁ ନେଇ ଏକ ଜୁରି କମିଟି ଗଠନ କରାଯାଇଥାଏ।

- Advertisement -

ଏହି କମିଟିକୁ ମନୋନାୟନ କରନ୍ତି କାର୍ଯ୍ୟକାରୀ ପରିଷଦ। ଏହାପରେ କମିଟି ପୁରସ୍କାର ନିମନ୍ତେ ଆସିଥିବା ପୁସ୍ତକକୁ ତଦାରଖ କରନ୍ତି। ଶେଷରେ ପୁରସ୍କାର ନିମନ୍ତେ ଆଉ ଏକ ୧୫ ଜଣିଆ କମିଟି ଗଠନ କରାଯାଇଥାଏ ଯାହାକୁ ଏକାଡେମୀ ସଭାପତି ମନୋନୟନ କରନ୍ତି। ଏହି ୧୫ ଜଣଙ୍କୁ ପୂର୍ବରୁ ରହିଥିବା ୨୫ ଜଣିଆ କମିଟିରୁ ସ୍ଥିର କରାଯାଇଥାଏ। ଏହି କମିଟି ପୁରସ୍କାର ଉପରେ ମୋହର ଲଗାନ୍ତି। ଯାହାକି ଅନୁମୋଦିତ ହୋଇଥାଏ। ତେବେ ପ୍ରତିବର୍ଷ ମାର୍ଚ୍ଚ ସୁଦ୍ଧା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ହୋଇଥିବାବେଳେ କରୋନା ଯୋଗୁଁ ପ୍ରଭାବିତ ହୋଇଥିଲା। ମାତ୍ର ସାହିତ୍ୟିକଙ୍କ ମତରେ ୨୦୧୭ରୁ ୨୦୧୯ ମଧ୍ୟରେ କରୋନା ନଥିଲା ତେବେ ଏକାଡେମୀ ପକ୍ଷରୁ ପୁରସ୍କାର କାହିଁକି ପ୍ରଦାନ କରାଗଲାନାହିଁ। ଏକାଡେମୀରେ ଅନ୍ୟସବୁ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଏହି ପୁରସ୍କାରକୁ କର୍ତ୍ତୃପକ୍ଷ ଉପେକ୍ଷା କରୁଥିବା ବାରି ହୋଇପଡୁଛି।

ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକ କହିଛନ୍ତି, କେତେକ ବୈଷୟିକ କାରଣ ଯୋଗୁଁ ପୁରସ୍କାର ଅଟକି ରହିଥିଲା। ଏସବୁର ତର୍ଜମା କରାଯାଇ ଯାଞ୍ଚ ଜାରି ରହିଛି। ଖୁବ୍‌ଶୀଘ୍ର ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories