www.samajalive.in
Saturday, December 6, 2025
16.1 C
Bhubaneswar

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ଫୁଲବାଣୀ: ଜନୈକ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା ପାଇଁ ଆବଶ୍ୟକୀୟ ମ୍ୟୁଟେସନ କରାଇ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଦୁର୍ଗାପାଙ୍ଗାର ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ ସାହୁ। ସୂଚନା ଅନୁସାରେ, ଜନୈକ ଅଭିଯୋଗକାରୀ ତାଙ୍କର ଜମି ପଟ୍ଟା ପାଇଁ ଆବଶ୍ୟକ ହେଉଥିବା ମ୍ୟୁଟେସନ ନିମନ୍ତେ କୋଟଗଡ ତହସିଲଦାରଙ୍କ ପାଖରେ ଆବେଦନ କରିଥିଲେ। ଦୁର୍ଗାପାଙ୍ଗା ସେକସନର ଆର ଆଇ ଶ୍ରୀ ସାହୁ ଏହି କାମ କରାଇ ଦେବା ପାଇଁ ଆବେଦନ କାରୀଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏ ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଆଜି ଆର ଆଇ ଶ୍ରୀ ସାହୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଟଙ୍କା ଜବତ କରାଯିବା ସହିତ ଆର ଆଇ ସାହୁଙ୍କୁ ଗିରଫ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ଏଥିସହ ତାଙ୍କର ସମ୍ପତ୍ତି ଆକଳନ ପାଇଁ ଦୁଇଟି ସ୍ଥାନରେ ଚଢ଼ାଉ ଜାରୀ ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories