କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସେବାଶ୍ରମରେ ଆଜି ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ଷଷ୍ଠ ଶେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪ଜଣ ଆବେଦନ କରିଥିବା ବେଳେ ୩୪ ପରୀକ୍ଷା ଦେଇଛନ୍ତି। ବଳକା ୧୦ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଛନ୍ତି। ସେହିପରି ନବମ ଶ୍ରେଣୀରେ ମୋଟ ୫୪ ଜଣ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୫୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ବଳକା ୪ଜଣ ଅନୁପସ୍ଥିତ ରହିଥିବା ପରୀକ୍ଷା କେନ୍ଦ୍ରରୁ ସୂଚନା ମିଳିଛି। ଦୁଇଟି ଶେଣୀର ୯୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ସେଥିରୁ ୮୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଜଣ ଅନୁପସ୍ଥିତ ରହିଥିଲେ।
Popular Categories



