www.samajalive.in
Saturday, December 6, 2025
14.1 C
Bhubaneswar

୫ ପ୍ରସ୍ତାବକୁ କ୍ୟାବିନେଟ ମୋହର: ବଢ଼ିଲା ସର୍ବନିମ୍ନ ମଜୁରି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି

ଭୁବନେଶ୍ଵର: ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସର୍ବନିମ୍ନ ମଜୁରିରେ ସଂଶୋଧନ କରାଯାଇଛି। ଏଣିକି ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଣକୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକକୁ ମଧ୍ୟ ସରକାର ବୃଦ୍ଧି କରିବା ସହିତ ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି। ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏଥିରେ ମୋଟ ୫ଟି ପ୍ରସ୍ତାବ ଉପରେ ମୋହର ମରାଯାଇଛି।

- Advertisement -

ରାଜ୍ୟରେ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବଢ଼ାଇ ଦିଆଯାଇଥିବାବେଳେ କୁଶଳୀ ଶ୍ରମିକଙ୍କ ମଜୁରି ୩୯୨ ଟଙ୍କାରୁ ୫୦୦ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରି ୫୦୨ ଟଙ୍କାରୁ ୬୦୦ ଟଙ୍କାରୁ ବୃଦ୍ଧି କରାଯାଇଛି। ସେହିପରି କଳା ଓ ସଂସ୍କୃତିର ବିକାଶ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। ରାଜ୍ୟରେ ଓଡ଼ିଆ ଅସ୍ମିତା ଭବନ ପ୍ରତିଷ୍ଠା କରାଯିବ। ଏହା ସହିତ ଓଡ଼ିଆ ଅନୁବାଦ ଏକାଡେମୀ, ତାଳପତ୍ର ପୋଥି ସଂଗ୍ରହାଳୟ, ପାଇକ ବିଦ୍ରୋହ ସଂଗ୍ରହାଳୟ, ଓଡ଼ିଆ ନୃତ୍ୟ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା ନେଇ ବୈଠକରେ ମଞ୍ଜୁରି ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୮୭୮୮ କନିଷ୍ଠ ଶିକ୍ଷକ ନିଯୁକ୍ତ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟରେ ୧୦ ହଜାର ୧୫୨ ପୁରୁଣା ଉଠା ଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ କରାଯିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ ହୋଇଛି। ସେହିପରି ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯିବ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories