www.samajalive.in
Saturday, December 6, 2025
15.1 C
Bhubaneswar

ରେଳ ଅଟକ କଲେ ବୃଦ୍ଧା, ମିଳିନି ଧାମରା ବନ୍ଦର କ୍ଷତିଗ୍ରସ୍ତଙ୍କୁ ପ୍ରାପ୍ୟ

ଧାମରା: ଧାମରା ବନ୍ଦର ଦୀର୍ଘ ଦିନ ହେବ କ୍ଷତିଗ୍ରସ୍ଥ ପରିବାରକୁ ନ୍ୟାୟ ଦେଇ ନଥିବାରୁ ଆଜି ଏହାର ପ୍ରତିବାଦ ସ୍ୱରୂପ ଧାମରା –ଭଦ୍ରକ ରେଳପଥରେ ରେଳ ଚଳାଚଳକୁ ବନ୍ଦ କରିଥିଲେ ମହିଳା। ପରେ ପୁଲିସର ହସ୍ତକ୍ଷେପ ପରେ ସଂପୃକ୍ତ ବିଧବା ମହିଳା ଏବଂ ତାଙ୍କ ପୁଅ ଧାରଣାରୁ ଉଠିଥିଲେ। ଅନୁଯାୟୀ ୨୦୧୭ ମସିହାରେ ଧାମରା ବନ୍ଦର କର୍ତୁପକ୍ଷ (ଆଦାନୀ) ନରସିଂହପ୍ରସାଦ ଗ୍ରାମର ବିଧବା ମହିଳା ସତ୍ୟଭାମା ସେଠୀଙ୍କ ଘରବାଡି ଉପରେ ଉଚ୍ଚ ଶକ୍ତି ସଂପର୍ଣ ବିଦ୍ୟୁତ ତାର ଟାଣିଥିଲେ। ଏଥି ପାଇଁ ଅନ୍ୟ କ୍ଷତିଗ୍ରସ୍ଥ ଲୋକଙ୍କୁ ଅତିକମରେ ଧାମରା ବନ୍ଦର କମ୍ପାନୀ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଥିବା ବେଳେ ସଂପୃକ୍ତ ବିଧବା ମହିଳାଙ୍କୁ ୨.୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ସଂପୃକ୍ତ ମହିଳା ଏବଂ ତାଙ୍କର ଏକମାତ୍ର ପୁଅକୁ ତତକାଳୀନ ବାଂଶଡା ଥାନା ଆଇ ଆଇସି ବନ୍ଦନା ପାତ୍ର ଥାନାରେ ଜୋର ଜବରଦସ୍ତ ଅଟକ ରଖିଥିଲେ। ଏହାର ସୁଯୋଗରେ ବନ୍ଦର କର୍ତୃପକ୍ଷ ସଂପୃକ୍ତ ମହିଳାଙ୍କ ଜାଗାରେ ଜୋର ଜବରଦସ୍ତ ତାର ଟାଣି ବିଦ୍ୟୁତ ସରବରାହ କରି ଦେଇଥିଲେ। ଆଜି ଏହାର ପ୍ରତିବାଦ ସ୍ୱରୂପ ସଂପୃକ୍ତ ମହିଳା ଏବଂ ତାଙ୍କ ପୁଅ ଆସି ଡିଆଇ ରୋଡ ଠାରେ ରେଳପଥରେ ନାଲି ପତାକା ପୋତି ସକାଳ ୧୦ଟା ଠାରୁ ଧାରଣାରେ ବସିଥିଲେ। ଫଳରେ ଧାମରା-ଭଦ୍ରକ ରେଳପଥରେ ଦୀର୍ଘ ସମୟ ଧରି ରେଳ ଚଳାଚଳ ବନ୍ଦ ହୋଇ ଯାଇଥିଲା। ପରେ ଧାମରା ଥାନାଧିକାରୀଙ୍କ ନିର୍ଦେଶରେ ପୁଲିସ ଆସି ସଂପୃକ୍ତ ମହିଳା ଏବଂ ତାଙ୍କ ପୁଅକୁ ବୁଝାସୁଝା କରିବା ପରେ ସେମାନେ ଧାରଣା ସ୍ଥଳରୁ ଉଠିଥିଲେ। ସକାଳ ୧୧.୩୦ରେ ଏହି ରେଳପଥରେ ରେଳ ଚଳାଚଳ ସ୍ୱଭାବିକ ହୋଇଥିଲା। ପରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ସଂପୃକ୍ତ ମହିଳା ଏବଂ ତାଙ୍କ ପୁଅକୁ ବୁଝାଇ ସୁଝାଇ ଘରକୁ ପଠାଇଥିବା ବେଳେ କେଉଁ କ୍ଷତିଗ୍ରସ୍ତ ମାନେ ଏହି ତାର ଟଣା ବାବଦରେ ସଠିକ କ୍ଷତିପୂରଣ ପାଇ ନାହାନ୍ତି ସେ ବିଷୟରେ ବନ୍ଦର କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ। ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ମହିଳା ନିଜର ନ୍ୟାୟ ପାଇଁ ଧାମରା ବନ୍ଦର କର୍ତୁପକ୍ଷ, ଭଦ୍ରକ ଜିଲ୍ଲାପାଳ, କେନ୍ଦ୍ରାଂଚଳ ରାଜସ୍ୱ ଆୟୋଗଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନ୍ୟାୟ ନ ପାଇବାରୁ ସେ ଆସି ଧାମରା ଠାରେ ରେଳରୋକ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories