www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡ୍ ଯୋଦ୍ଧାଙ୍କୁ ଓଡିଶା ପୁଲିସର ସମ୍ମାନ ପ୍ରଦର୍ଶନ

ସମାଜ ପୋର୍ଟାଲ ଡେସ୍କ: ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ “କୋଭିଡ୍-୧୯” ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟବ୍ୟାପୀ “ବନ୍ଦେ ଉତ୍କଳ ଜନନୀ” ଗାନ ପରିପ୍ରେକ୍ଷୀରେ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌ର ୭୦୦ରୁ ଉର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀମାନେ ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆଠାରେ ଆଜି ଅପରାହ୍ନ ୫.୩୦ ମିନିଟ ସମୟରେ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ଅବଲମ୍ୱନ କରି ସମବେତ ଭାବେ “ବନ୍ଦେ ଉତ୍କଳ ଜନନୀ” ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ରାଜ୍ୟ ପୋଲିସର ପାଇପ ବ୍ୟାଣ୍ତ ଦଳ ମଧ୍ୟ ଏଥିରେ ସାମିଲ ହୋଇ ବ୍ୟାଣ୍ତ ମାଧ୍ୟମରେ “ବନ୍ଦେ ଉତ୍କଳ ଜନନୀ”ର ଧୁନ ପ୍ରଦର୍ଶନ କରିଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ, ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌ର ଅତିରିକ୍ତ ଡି.ଜି ଏସ୍.ଏମ୍.ନରଭାଣେ, ଅତିରିକ୍ତ ଡି.ଜି ବିନୟତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ.ଜି ରେଖା ଲୋହାନୀ, ଯତିନ୍ଦ୍ର କୋଏଲ, ଅମିତେନ୍ଦ୍ର ନାଥ ସିହ୍ନା, ପ୍ରବୀଣ କୁମାର, ଏ.ଆଇ.ଜି ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଏ.ଆଇ.ଜି, ସଂସ୍ଥା ଅଧିକାରୀ, ଉପ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ୤ ସହକାରୀ ଦୁର୍ଗପତି ଦୀପକ କୁମାର ଗଡନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories