www.samajalive.in
Saturday, December 6, 2025
23.1 C
Bhubaneswar

ତିନିମାସ ପରେ ଭାରତ ଫେରିଲେ ବିଶ୍ୱନାଥନ୍ ଆନନ୍ଦ

ନୂଆଦିଲ୍ଲୀ : ମହାମାରୀ କରୋନା ପାଇଁ ବିଶ୍ୱବ୍ୟାପୀ ଲକଡାଉନ ଭଳି ସ୍ଥିତି ପାଇଁ ଜର୍ମାନୀରେ ୩ ମାସଧରି ଫସି ରହିଥିବା ପୂର୍ବ ବିଶ୍ୱ ଚେସ ଚମ୍ପିଆନ ବିଶ୍ୱନାଥନ୍ ଆନନ୍ଦ ଶେଷରେ ଭାରତ ଫେରିଛନ୍ତି । ଏୟାର ଇଣ୍ଡିଆ ବିମାନ ଯୋଗେ ଶନିବାର ବେଙ୍ଗାଲୁରରେ ପହଂଚିବା ପରେ ଶ୍ରୀ ଆନନ୍ଦ ଖୁସି ବ୍ୟକ୍ତ କରିଛନ୍ତି।
ଗତ ଫେବୃଆରୀ ମାସରେ ବୁନ୍ଦେସଲିଗ ଚେସ ଲିଗ ଖେଳିବାକୁ ଶ୍ରୀ ଆନନ୍ଦ ଜର୍ମାନୀ ଯାଇଥିଲେ। ସେ ମାର୍ଚ୍ଚରେ ଭାରତ ଫେରିଥାନ୍ତେ । ମାତ୍ର କରୋନା ମହାମାରୀ ପାଇଁ ଅଧିକାଂଶ ଦେଶରେ କଟକଣା ଲାଗିଗଲା। ଯେଉଁଥିପାଇଁ ଖେଳ ମଧ୍ୟ ବନ୍ଦ ହୋଇଗଲା। ବିମାନ ଚଳାଚଳ ବନ୍ଦ ଥିବା ଯୋଗୁ ଶ୍ରୀ ଆନନ୍ଦ ସେଠାରେ ଫସି ରହିଥିଲେ। ଶନିବାର ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀ ଓ ସେଠାରୁ ବେଙ୍ଗାଲୁର ଯାଇଥିଲେ। ତାଙ୍କ ପତ୍ନୀ ଅରୁଣା କହିଛନ୍ତି ଯେ, ଶ୍ରୀ ଆନନ୍ଦ ଭାରତ ଫେରି ଖୁସି ବ୍ୟକ୍ତ କରିଛନ୍ତି । ବିଦେଶରୁ ଫେରିଥିବାରୁ ଶ୍ରୀ ଆନନ୍ଦଙ୍କୁ ସଂଗରୋଧରେ ରହିବାକୁ ପଡିବ। ପରୀକ୍ଷା ପରେ କରୋନା ସଂକ୍ରମଣ ନଥିବା ଜଣାପଡିଲେ ତାଙ୍କୁ ଆଉ ୭ ଦିନ ସଂଗରୋଧରେ ରହିବାକୁ ପଡିବ। ତା’ପରେ ୧୪ ଦିନ ଶ୍ରୀ ଆନନ୍ଦ ଘରେ ଅଲଗା ରହିବେ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories