www.samajalive.in
Saturday, December 6, 2025
16.1 C
Bhubaneswar

ରାତିରେ ଶୋଇଥିବା ବେଳେ ବଳଦ ମାଡି ଦେବାରୁ ନାବାଳିକାର ମୃତ୍ୟୁ

ବେଲଗାଁ : ସଇଁନ୍ତଲା ଥାନା ଅନ୍ତର୍ଗତ ଝିକିଡୁଙ୍ଗରି ଗ୍ରାମରେ ରାତିରେ ଘର ବାହାରେ ତଳେ ଶୋଇଥିବା ବେଳେ ବୁଲା ଗାଈ-ବଳଦ ମାଡି ଦେବାରୁ ଜଣେ ନାବାଳିକାର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଏକ ଶୋକାକୁଳ ପରିବେଶରେ ଶନିବାର ନାବାଳିକାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସୂଚନାଯୋଗ୍ୟ ଯେ, ଗ୍ରାମର ଶାନ୍ତି ବେନିଆ ପ୍ରାୟ ପାଂଚ ବର୍ଷ ହେଲା ସ୍ୱାମୀ ସହ ବିଚ୍ଛେଦ ହୋଇ ଏଠାରେ ନିଜ ମା ଏବଂ ପାଂଚ ସନ୍ତାନ ସହ ମଜୁରି କରି ପେଟପାଟଣା କରୁଛନ୍ତି। ଗତ ୨୮ ତାରିଖରେ ସବୁଦିନ ପରି ସମସ୍ତେ ପ୍ରବଳ ଗରମ ନେଇ ଘର ବାହାରେ ତଳେ ପଟି ପକାଇ ଶୋଇଥିଲେ। ବିଲମ୍ବିତ ରାତିରେ ବୁଲା ଗାଈ-ବଳଦ ହଠାତ୍ ମାଡି ଆସି ତଳେ ଶୋଇଥିବା ୬ ଜଣଙ୍କ ଉପରେ ଧାଇଁ ଯାଇଥିଲେ। ଫଳରେ ଶାନ୍ତି, ତାଙ୍କ ମା ଲଲିତା (୬୦), ପୁଅ ଛୋଟୁ (୧୧) ତଥା ଝିଅ ବିଦୁସ୍ମିତା (୭) ଗୁରୁତର ଆହତ ହୋଇଥିଲେ। ବିଦୁସ୍ମିତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ଗରିବ ପରିବାର ଗତକାଲି କୁଆଡୁ ପଇସା ଯୋଗାଡ କରି କଣ୍ଟାବାଞ୍ଜି ନେଇଥିଲେ। ତେବେ ସେଠାରେ ବିଦୁସ୍ମିତାର ମୃତ୍ୟୁ ଘଟିଥିଲା। ଘଟଣା ଖବର ପାଇ ଝିକିଡୁଙ୍ଗରି ସରପଂଚ କଣ୍ଟାବାଞ୍ଜିର ସମାଜସେବୀ ଆଶିଷ ଖୈତାନଙ୍କୁ ଯୋଗାଯୋଗ ସହ ମୃତଦେହ ଆଣିବା ବ୍ୟବସ୍ଥା କରିଥିଲେ। ଆଜି ଗ୍ରାମରେ ଶୋକାକୁଳ ପରିବେଶରେ ବିଦୁସ୍ମିତାର ଅନ୍ତିମ ସଂସ୍କାର କରାଯାଇଥିଲା। ସରପଂଚ ଶ୍ରୀ ଜୈନ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସରକାରି ସହାୟତା ଯୋଗାଇଦେବା ପାଇଁ ଉଦ୍ୟମ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories