ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁରେ ପହଁଚିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ସେଠାରେ ତାଙ୍କୁ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଓଡ଼ିଶାର ଶେଷ ସୀମାରେ ଥୁବ ମୋଟୁର ମୁଗି ପଏଣ୍ଟକୁ ନିଆଯାଇଥିଲା। ତେବେ ମୋଟୁ ଠାରୁ କଂଗ୍ରେସ ପଦଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଦାସ, ଏବଂ ତାଙ୍କ ସହ ପହଞ୍ଚିଛନ୍ତି ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି। ତେବେ ଓଡିଶାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ସହ ବିଭିନ୍ନ ନାରା ନେଇ ଏହି ପଦଯାତ୍ରା କଂଗ୍ରେସ ଆରମ୍ଭ କରିଥିବା ଜଣାପଡ଼ିଛି।
ମୋଟୁରୁ ପଦଯାତ୍ରା ଆରମ୍ଭ କଲେ ରାଜ୍ୟ କଂଗ୍ରେସ ସଭାପତି pic.twitter.com/tuCZvykfEk
— Samaja Live (@samajalive) October 2, 2025
ମୁଗି ପଏଣ୍ଟ ଠାରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସାଧାରଣ ସଭାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସ ନିଜର ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏବଂ ଯୁବ କଂଗ୍ରେସ ନେତା ଇସାକ୍ ଖୋସଲାଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ।



