ଡେସ୍କ: ଏକ ଅଭାବନୀୟ ଘଟଣା କ୍ରମରେ ପାରଳାଖେମୁଣ୍ଡିରେ ଗୁରୁବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ହେବା ଫଳରେ ବାପପୁଅ ନିଖୋଜ ହୋଇଥିବା ସୂଚନା ମିଳିଛି। ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ ଯୋଗୁ ବାପପୁଅ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ରୁ ନୂଆଗଡ଼ ଓ ରା.ଉଦୟଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମାଟି ଅତଡ଼ା ଖସି ଅଢେଇ ଗାଁ ଓ କୁଯାସିଂ ଗାଁ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।
Popular Categories



