www.samajalive.in
Saturday, December 6, 2025
15.1 C
Bhubaneswar

ମାଟି ଅତଡ଼ା ପଥର ଖସି ଭାଙ୍ଗିଲା ରେଳ ଧାରଣା

ଡେସ୍କ: ପ୍ରବଳ ବର୍ଷା ଲାଗି ରହିଥିବାରୁ ରାୟଗଡ଼ାରେ ମାଟି ଅତଡ଼ା ଓ ପଥର ଖସି ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ାରୁ ଲାଡା ରେଳ ଷ୍ଟେସନ ମଧ୍ୟରେ ରେଳ ଧାରଣା ଭାଙ୍ଗିଥିବା ଜଣାପଡିବା ପରେ ରେଳବାଇର ସ୍ବତନ୍ତ୍ର ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁ କୋରାପୁଟ-ରାୟଗଡ଼ା ଟ୍ରେନ୍‌ ଟ୍ରାକ୍‌ରେ ବଡ଼ ପଥର ଖଣ୍ଡ ପଡି ଡୁମୁରିପୁଟ-ଦାମନଯୋଡ଼ି ମଧ୍ୟରେ ଡାଉନ୍‌ ଲାଇନ୍‌ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଶାଖାପାଟଣା-କୋରାପୁଟ ଲାଇନ୍‌ରେ ବିଦ୍ୟୁତ ତାର ଉପରେ ଗଛ ଉପୁଡି ପଡିବାରୁ ଟ୍ରେନ ଚଳାଚଳ ଆଂଶିକ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ବିଶାଖାପାଟଣା-କିରଣ୍ଡୁଲ ନାଇଟ୍‌ ଏକ୍ସପ୍ରେସ ଓ କିରଣ୍ଡୁଲ-ବିଶାଖାପାଟଣା ନାଇଟ୍‌ ଏକ୍ସପ୍ରେସ ବାତିଲ୍‌ କରାଯାଇଥିବା ୱାଲ୍‌ଟିୟର ରେଲ୍‌ ଡିଭିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories