ଡେସ୍କ: ଭଦ୍ରକ ଜିଲ୍ଲା ଆନନ୍ଦପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ପତ୍ନୀକୁ କୁରାଢ଼ୀରେ ହାଣି ହତ୍ୟା କରିଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅଛନ୍ତି ଦେବୀ ପ୍ରସାଦ ଜେନା। ଆନନ୍ଦପୁର ସ୍ଥିତ ନନ୍ଦିପଦା ଥାନା ଡଅଁର ଗାଁରେ ପାରିବାରିକ କଳହ ଯୋଗୁ ସ୍ତ୍ରୀକୁ କୁରାଢ଼ୀରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ସମ୍ପୃକ୍ତ ମହିଳାଙ୍କୁ ଭଦ୍ରକ ଡାକ୍ତରଖାନଙ୍କୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ନୃତ ଘୋଷଣା କରିଥିଲେ।
ହତ୍ୟାକାଣ୍ଡ ପରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଜେନା ଫେରାର୍ ହୋଇଯାଇଥିବା ଜଣାପଡିଛି। ମୃତ ମହିଳାଙ୍କ ଝିଅ କହିଛନ୍ତି ଯେ ସେ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ସାମ୍ନାରେ ତାଙ୍କ ବାପା ବୋଉର ବେକକୁ ହାଣିଦେଲେ। ତାଙ୍କ ପୁଅ କହିଛନ୍ତି, ୧୯ ବର୍ଷ ଧରି ତାଙ୍କ ବୋଉ ନିର୍ଯାତନାର ଶିକାର ହେଉଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ପରକୀୟା ପ୍ରୀତି ଏଭଳି ଘଟିଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



