www.samajalive.in
Monday, December 15, 2025
17.1 C
Bhubaneswar

ୟୁରିଆ ସାର ପାଇଁ ହଟହଟା, ରାସ୍ତାରୋକ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ବର୍ତ୍ତମାନ ଖରିଫ ଋତୁରେ ୟୁରିଆ ସାର ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡିକରୁ ଉଭାନ ହୋଇଯାଇଛି। ଗ୍ରାମାଞ୍ଚଳରେ କଳାବଜାରରେ ୨୬୫ ଟଙ୍କାର ୟୁରିଆ ବସ୍ତା ୧୦୦୦ ଟଙ୍କାରେ ଚୋରାରେ ବିକ୍ରୟ ହୋଇଛି। ତେବେ ଟିଟିଲାଗଡ଼ ହିନ୍ଦୁସ୍ତାନ ସିଡ଼ସ ସାର ଦୋକାନକୁ ସାର ଟ୍ରକ ଆସିଥିବା ଖବର ପାଇ ଆଜି ଭୋର ୩ଟାରୁ ପ୍ରାୟ ୩ ହଜାର ଚାଷୀଙ୍କ ଭିଡ଼ ଟ୍ରାଫିକ ଜାମ କରିଥିଲା। ଦୋକାନୀ ମାତ୍ର ୪୦୦ ବସ୍ତା ସାର ତାଙ୍କ ପାଖରେ ମହଜୁଦ ଥିବା କହିଛି । ତେବେ ସାର ବସ୍ତାଟିଏ ପାଇବା ପାଇଁ ଧାଁଦୌଡ ଠେଲାପେଲାରେ ଅନେକ ଲୋକ ତଳେ ପଡି ଆହତ ହୋଇଛନ୍ତି। ମହିଲାଙ୍କ ଚୁଡ଼ି ଭାଙ୍ଗିଛି, ଧାଁ ଦୌଡରେ ଅନେକଙ୍କ ଚପଲ ଛିଣ୍ଡି ପଡିଛି। ସ୍ଥାନୀୟ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଅନେକ ଚାଷୀ ସାର ପାଇନଥିବା ନେଇ ସନ୍ଧ୍ୟା ୬. ୩୦ରୁ ହିନ୍ଦୁସ୍ତାନ ସିଡ଼ସ ଦୋକାନ ସମ୍ମୁଖରେ କଂଗ୍ରେସ ନେତା ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଚାଷୀ ଟିଟିଲାଗଡ଼ ସହରର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories